କେନ୍ଦୁଝର,ତା୧୭/୧୦(ଦିଲ୍ଲୀପ ସାହୁ)- ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୧ ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ଏଡିଜେ କମ୍ ସ୍ପେସାଲ ଜଜ୍ (ପୋସ୍କୋ କୋର୍ଟ) ମୋନାଲିସା ମହାନ୍ତି।ତା୩୧.୧୦.୨୦୨୨ରିଖରେ ବଡ଼ବିଲ ଥାନା ଅଞ୍ଚଳର ଜଣେ ୬ ବର୍ଷର ନାବାଳିକା ଆସାମୀର ପୁଅ ସହ ଘର ପାଖରେ ଖେଳୁଥିବା ସମୟରେ ଆସାମୀ ସଚିନ ତା’କୁ ମୋବାଇଲ ଦେଖାଇବା ବାହାନାରେ ଡାକି ନେଇ ଦୁଷ୍କର୍ମ କରିଥିଲା । ପରିବାର ଲୋକ ଏହା ଜାଣିବା ପରେ ବଡ଼ବିଲ ଥାନାରେ ଅଭିଯୋଗ କରିଥିଲେ।
ଆଜି କେନ୍ଦୁଝର ସ୍ପେସାଲ ପୋସ୍କୋ କୋର୍ଟ ୧୬ ଜଣଙ୍କ ସାକ୍ଷ ପ୍ରମାଣକୁ ଭିତ୍ତି କରି ଅଭିଯୁକ୍ତ ସଚିନ ଓରାମକୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨ ହଜାର ଟଙ୍କା ଜରିମାନା କରିଛନ୍ତି ଏହା ଅନାଦେୟ ୬ ମାସ ଅଧିକ ଜେଲ ଦେବା ସହ ପୀଡ଼ିତାକୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ଲିଗାଲ ସେଲକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲା ସରକାରୀ ଓକିଲ ଗଣେଶ ପ୍ରସାଦ ମହାପାତ୍ର ଲଢୁଥିବା ଜଣାଯାଇଛି।
Sign in
Sign in
Recover your password.
A password will be e-mailed to you.