ଜାତୀୟ ତମାଖୁ ବର୍ଜନ କାର୍ଯ୍ୟକ୍ରମ ପାଇଁ ଜିଲ୍ଲାସ୍ତରୀୟ ସମନ୍ଵୟ କମିଟି ବୈଠକ ଏବଂ ଯୁବସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ର ଶୁଭାରମ୍ଭ ।

4

କେନ୍ଦ୍ରାପଡ଼ା:(ପ୍ରଫୁଲ୍ଲ କୁମାର ମଲ୍ଲ) ଧୂମପାନ ବା ତମାଖୁ ବ୍ୟବହାର କୁପରିଣାମ ଏବଂ ଏହାର ନିୟନ୍ତ୍ରଣ କରିବା ନିମନ୍ତେ ଆଜି ଅପରାହ୍ନରେ ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସମନ୍ଵୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି | ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକ ଶିକ୍ଷାନୁଷ୍ଠାନର ୧୦୦ ମିଟର ପରିଧିଭିତରେ ତମାଖୁ ବିକ୍ରୟ ଉପରେ ରୋକ ଲଗେଇବା, ବ୍ୟାପକ ସଚେତନତା କରିବା, ଚଢାଉକୁ ଜୋରଦାର କରିବା, ନିୟମ ଖିଲାପକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ, ତମାଖୁ ମୁକ୍ତ ଗ୍ରାମ ଏବଂ ପଞ୍ଚାୟତ ସୃଷ୍ଟି କରିବା |ବ୍ଲକସ୍ତରୀୟ କମିଟି ଗଠନ ସହିତ ତମାଖୁକୁ ବର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧନ କରିବା ଏବଂ ତାଙ୍କ ଅଭିଜ୍ଞତାକୁ ଲୋକଙ୍କ ପାଖକୁ ପହଂଚେଇବା ,ଶିକ୍ଷାନୁଷ୍ଠାନ ମାନଙ୍କରେ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ କରିବା ଇତ୍ୟାଦି ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା | ବିଭାଗ ବିଭାଗ ମଧ୍ୟରେ ସମନ୍ଵୟ ରଖି ଏହି କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ କାର୍ଯ୍ୟ କରିବା ପାଇଁ ବୈଠକରେ ଆଲୋଚନା କରାଯାଇଛି |
ଏହା ସହିତ ବୈଠକରେ ଯୁବସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୩.୦ ଅଭିଯାନର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ | ଏହି ଅଭିଯାନ ଡିସେମ୍ବର ୯ ତାରିଖ ୨୦୨୫ ପର୍ଯ୍ୟନ୍ତ ଚାଲିବ | ଏହି ସମୟ ମଧ୍ୟରେ ଯୁବସମାଜକୁ ତମାଖୁର ଭୟାବହତା ଉପରେ ବ୍ୟାପକ ସଚେତନତା ସହିତ ଯୁବସମାଜକୁ ସମାଜର ମୁଖ୍ୟସ୍ରୋତକୁ ଫେରେଇ ଆଣିବାକୁ ବ୍ୟାପକ କାର୍ଯ୍ୟକ୍ରମ କରାଯିବ | ଏହି କାର୍ଯ୍ୟକ୍ରମ ଅବସରରେ ଶପଥପାଠ ମଧ୍ୟ କରାଯାଇଥିଲା |ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାକର ସାହୁ, ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମନୋରଞ୍ଜନ ରାଉତ, ଏଡିଏମ ଡାକ୍ତର ପ୍ରମୋଦ କୁମାର ପ୍ରହରାଜ, ଡାକ୍ତର ଶ୍ୟାମସୁନ୍ଦର ଟୁଡୁ, ଡାକ୍ତର ଗୌରାଙ୍ଗ ଚରଣ ଗିରି ଡେପୁଟି ମ୍ୟାନେଜର ସୁକାନ୍ତ ପ୍ରଧାନ, ଡ୍ରଗ ଇନିସ୍ପେକଟର ସୁକାନ୍ତ ସାହୁ, ବିଭିନ୍ନ କଲେଜର କର୍ତ୍ତୃପକ୍ଷ,ବିଭିନ୍ନ ବିଭାଗୀୟ ଅଧିକାରୀ, ନେଚର କ୍ଲୁବ,ପ୍ରୋଜେକ୍ଟ ସ୍ୱରାଜ୍ୟର ସଭାପତି /ସମ୍ପାଦକ ସମେତ ସ୍ୱାସ୍ଥ୍ୟ ବିଭାଗର ଅନ୍ୟ ଅଧିକାରୀ, କର୍ମଚାରୀ ଉପସ୍ଥିତ ଥିଲେ |

Leave A Reply

Your email address will not be published.