ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ

4

ମାଲକାନଗିରି, ତା:-୧୭/୧୦: ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ କୋଣ୍ଡାଗାଁ ଜିଲା ପୋଲିସ ନିକଟରେ ଗୁରୁବାର ଦିନ ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପୂର୍ବ ବସ୍ତର ଡିଭିଜନ ଟେଲର ଟିମ୍ କମାଣ୍ଡର ତଥା ତଥ ୫ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ମହିଳା ମାଓବାଦୀ ଗୀତା ଓରଫ କମଲୀ ସଲାମ କୋଣ୍ଡାଗାଁ ଏସ୍‌ପି ଅକ୍ଷୟ କୁମାରଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଛତିଶଗଡ଼ ସରକାରଙ୍କ ବିକାଶମୂଳକ କାର୍ଯ୍ୟ, ଜନକଲ୍ୟାଣକାରୀ ଯୋଜନାରେ ପ୍ରଭାବିତ ହୋଇ ଏବଂ ସମାଜର ମୁଖ୍ୟସ୍ରୋତରେ ସାମିଲହେବାକୁ ପୋଲିସ ନିକଟରେ ଆତ୍ମସମର୍ପଣ କରିଥୁବା ମହିଳା ମାଓବାଦୀ ପ୍ରକାଶ କରିଛନ୍ତି। କୋଣ୍ଡାଗାଁ ପୋଲିସ ତରଫରୁ ଗୀତାଙ୍କୁ ୫୦ ହଜାର ଟଙ୍କାର ର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବା ସହ ସରକାରଙ୍କ – ଥଇଥାନ ନୀତି ଅନୁଯାୟୀ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

Leave A Reply

Your email address will not be published.