ଜେକେ କାଗଜ କଳ ଦ୍ଵାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

4

କୋଲନରା ବ୍ଲକ ଦେବୀପ୍ରସାଦ ମହାନ୍ତି: ଜେକେ କାଗଜ କଳ ର ସାମାଜିକ ଦାୟିତ୍ଵ ବିଭାଗ ଆନୁକୁଲ୍ୟରେ ଏଲ୍ ଭି ପ୍ରସାଦ ଚକ୍ଷୁ ଅନୁଷ୍ଠାନ ସହଯୋଗ ରେ ରୋଷନି ପ୍ରକଳ୍ପ ଦ୍ଵାରା ଦେବଦଲା ଠାରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିର ରେ ଜଣ ରୋଗୀ ଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା। 23 ଜଣ ମୋତିଆବିନ୍ଦୁ, 5 ଜଣ ଟେରୀଜିମ୍ , 22 ଜଣ ଦୂରଦୃଷ୍ଟି ସମସ୍ୟା ଥିବା ଚିହ୍ନଟ କରାଯାଇଛି। ମୋତିଆବିନ୍ଦୁ ରୋଗୀ ଙ୍କର ଫିଟନେସ ସାର୍ଟିଫିକେଟ ହେବାପରେ ଅସ୍ତ୍ରୋପଚାର ପାଇଁ ଏଲ୍ ଭି ପ୍ରସାଦ ଚକ୍ଷୁ ଅନୁଷ୍ଠାନ, ପିତା ମହଲ କୁ ପଠା ଯିବ ।
ଏହି କାର୍ଯ୍ୟକ୍ରମରେ ଏଲ୍ ଭି ପ୍ରସାଦ ଚକ୍ଷୁ ଅନୁଷ୍ଠାନ ର ଭିଜନ୍ ଟେକ୍ନିସିଆନ ଜଗଦୀଶ କୋଣ୍ଡାଗୋରୀ ରୋଗୀ ପରିକ୍ଷା କରିଥିବା ବେଳେ, ଉପ ପ୍ରବନ୍ଧକ ହରିହର ଖମାରି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

Leave A Reply

Your email address will not be published.