ମହିଳା ସ୍ନାତକ ମହାବିଦ୍ୟାଳୟର ପୋଷଣ ସପ୍ତାହ ପାଳନ

4

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ଠାରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ଯକ୍ଷା ଡ଼. ଭାରତୀ ପାଣିଗ୍ରାହୀଙ୍କ ତତ୍ତ୍ଵାବଧାନରେ ପୋଷଣ ସପ୍ତାହ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଅଧ୍ଯକ୍ଷା ପୋଷଣ ସପ୍ତାହ ପାଳନର ଉଦ୍ଦେଶ୍ୟ ଓ ଏହାର ଗୁରୁତ୍ଵ ଉପରେ ଆଲୋଚନା କରିଥିଲେ। କିଶୋରୀ ବାଳିକା , ଗର୍ଭବତୀ ମହିଳା ଏବଂ ଶିଶୁଙ୍କ ସମେତ ସମସ୍ତେ ରକ୍ତହୀନତାରୁ ମୁକ୍ତି ପାଇଁ ସଜନା ଶାଗ ଏବଂ ଆଇରନ ଥିବା ସମସ୍ତ ପନିପରିବାର ବ୍ୟାପକ ବ୍ୟବହାର କରିବା ପାଇଁ ଡ଼. ଭାରତୀ ପାଣିଗ୍ରାହୀ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହା ସଙ୍ଗେସଙ୍ଗେ ଅନ୍ୟାନ୍ୟ ଅଧ୍ୟାପିକା ଗଣ ଖାଦ୍ୟ , ପୋଷକ ତତ୍ତ୍ଵର ଆବଶ୍ୟକ‌ତା ଏବଂ ଦୈନନ୍ଦିନ ଜୀବନରେ ନିଜ ଅଞ୍ଚଳରେ ଉପଲବ୍ଧ ହେଉଥିବା ଖାଦ୍ୟ ଗୁଡିକର ଉତ୍ତମ ବ୍ୟବହାର ଦ୍ଵାରା ପୋଷକ ତତ୍ପର ଆବଶ୍ୟକତା କିପରି ପୂରଣ କରା‌ଯିବ ଏହା ଉପରେ ସଚେତନତା ପ୍ରଦାନ କରିଥିଲେ।
ଅସ୍ୱାସ୍ଥ୍ୟକର ଖାଦ୍ୟର ବ୍ୟବହାର ନ‌କରି ସ୍ୱାସ୍ଥ୍ୟର ସୁରକ୍ଷା ଦିଗକୁ ମଧ୍ଯ ଆଲୋକପାତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ରୀ ସମେତ କର୍ମଚାରୀ ମାନଙ୍କର ସ‌ହଯୋଗ ଫଳରେ କାର୍ଯ୍ୟକ୍ରମଟି ସଫଳ ରୂପେ ସମାପିତ ହୋଇଥିଲା।

Leave A Reply

Your email address will not be published.