ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ମାଣିଙ୍ଗ ଠାରେ ଆଜି ବିଦ୍ୟାଳୟରେ କର୍ଲାପଡ଼ା କ୍ଲଷ୍ଟର ସ୍ତରୀୟ ଶିଶୁ ପ୍ରତିଭା “ସୁରଭି-୨୦୨୫”ଆଡମ୍ବର ସହକାରେ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ସୌଭାଗ୍ୟ ସାହୁଙ୍କ ସଭାପତିଠାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦୟାନିଧି ନାୟକ(ଜିଲ୍ଲାପରିଷଦ ସଦସ୍ୟ),ଅନ୍ୟ ମୁଖ୍ୟଅତିଥି ଭାବେ ଶ୍ରୀଯୁକ୍ତ ଆଚାରି ଶବର (ଗୋଷ୍ଠୀ ଶିକ୍ଷା ଅଧିକାରୀ, ଭବାନୀପାଟଣା)ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ସୁଷମା ସେନାପତି(ସରପଞ୍ଚ – କର୍ଲାପଡ଼ା),ଶ୍ରୀମତୀ ତପସ୍ଵିନୀ ସାହୁ(ସରପଞ୍ଚ-ଚହଗାଁ),ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ମୁଣ୍ଡ(ABEO,BPT), ଶ୍ରୀଯୁକ୍ତ ଜଗନ୍ନାଥ ଦାସ (ବରିଷ୍ଠ ପ୍ରଧାନ ଶିକ୍ଷକ, ଚହଗାଁ),ଶ୍ରୀଯୁକ୍ତ କାଳିପ୍ରସାଦ ରଥ(ବରିଷ୍ଠ ପ୍ରଧାନ ଶିକ୍ଷକ,କେନ୍ଦୁଗୁପକା),ଶ୍ରୀଯୁକ୍ତ ବାହାଦୁର ସାଗର (ବରିଷ୍ଠ ପ୍ରଧାନ ଶିକ୍ଷକ , BDHS କର୍ଲାପଡା),ଶ୍ରୀଯୁକ୍ତ କ୍ଷେତ୍ରୀମୋହନ ରାଉତ୍ (ବରିଷ୍ଠ ପ୍ରଧାନ ଶିକ୍ଷକ, PS-Karlapada),ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ହୋତା(ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ, କର୍ଲାପଡ଼ା)। ମୁଖ୍ୟବକ୍ତା ଭାବରେ ଜୟକୁମାର ମାଝୀ ( BRCC cum ABEO) ଯୋଗ ଦେଇ ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାକୁ ଉଚ୍ଚ ପ୍ରଶଂସା କରି ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ କ୍ଳଷ୍ଟର ଅଧୀନରେ ଥିବା ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ,ସହ ଶିକ୍ଷକ ଉପସ୍ଥିତ ରହି କାର୍ଯ୍ୟକ୍ରମର ଉର୍ଦ୍ଦେଶ୍ୟକୁ ସଫଳ କରିବାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତାରେ କୃତି ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ପ୍ରଦାନ କରାଯାଇଥଲା ।ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସୁନ୍ଦର ଖାଦ୍ୟପେୟର ସୁବନ୍ଦୋବସ୍ତ ପାଇଁ ।ସମସ୍ତେ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ସାଧୁବାଦ ଦେଇଥିଲେ। । ସର୍ବଶେଷରେ କାର୍ଯ୍ୟକ୍ରମକୁ ସହଯୋଗ କରିଥିବା ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଯଥା ଶୋଭାରାଣୀ ନାୟକ,କସ୍ତୁରୀ ଚାଲାଣ, ମୃତ୍ୟୁଞ୍ଜୟ ପ୍ରଧାନ, ବିକାଶ ଗଡତିୟା, ସଂଯୁକ୍ତା ଖିଲାର, ସୁଜାତା ବାରିକ୍, ତୃଷ୍ଣା ଦାଶ, ସରସ୍ଵତୀ ସାହୁ, ବିସେଶ୍ୱରି ଦାଶ, ରଶ୍ମିତା ପତି, ଉଦ୍ଧବ ଜାନି, କାଳନ୍ଦ୍ରି ସ୍ୱାଇଁ, ତ୍ରିଲୋଚନ ବାଗ ,ଭାଗବତ ପୁରୋହିତ, ମନୋଜ କୁମାର ଫୁଲ,ଇତ୍ୟାଦି ଙ୍କୁ ଧନ୍ୟବାଦ୍ ଦେବା ସହ ଆଗାମୀ କାର୍ଯ୍ୟକ୍ରମରେ ସହଯୋଗ କାମନା କରିଥିଲେ।
Sign in
Sign in
Recover your password.
A password will be e-mailed to you.