ସୁପ୍ରିମକୋର୍ଟର ପୂର୍ବତନ ନ୍ୟାୟଧୀଶ ଶ୍ରୀ ଜଷ୍ଟିସ ଏ କେ ପଟ୍ଟନାୟକ ସୁନ୍ଦରଗଡ ଗସ୍ତ

4

ରାଉରକେଲା :(ବସନ୍ତ କୁମାର ଜେନା): ଓଡ଼ିଶା ଖଣିଜ ପଦାର୍ଥ ଧାରକ ଅଞ୍ଚଳ ଉନ୍ନୟନ ନିଗମ (ଓମ୍ବାଡସି)  ର ନୀରିକ୍ଷଣ କର୍ତ୍ତୁପକ୍ଷ  ଭାବେ ସୁପ୍ରିମକୋର୍ଟର ପୂର୍ବତନ ନ୍ୟାୟଧୀଶ ଶ୍ରୀ ଜଷ୍ଟିସ ଏ କେ ପଟ୍ଟନାୟକ ସୁନ୍ଦରଗଡର ୫ ଦିନିଆ ଗସ୍ତରେ  ଆସିଛନ୍ତି l  ଏହି ଗସ୍ତରେ ସେ ଓମ୍ବାଡସି ପାଣ୍ଠି ବିନିଯୋଗରେ ଖଣି ଅଞ୍ଚଳରେ ପାନୀୟ ଜଳ, ସ୍ବାସ୍ଥ୍ୟ,  ଶିକ୍ଷା, ଜୀବିକା, ଜଳ ସଂରକ୍ଷଣ ଆଦିର  ବିକାଶ ଦିଗରେ କରାଯାଉଥିବା  ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରୁଛନ୍ତି ତଥା  ଏହା ଦ୍ବାରା ଉକ୍ତ ଅଂଚଳର ଲୋକମାନଙ୍କ ଜୀବନ ଜୀବିକା ଉପରେ କିପରି ପ୍ରଭାବ ପକାଉଛି ସେ ବିଷୟରେ ମଧ୍ୟ ସ୍ଥାନୀୟ ଲୋକମାନଙ୍କ ସହିତ  ପଚାରି ବୁଝିଥିଲେ l

ଗସ୍ତର ୨ୟ ଦିବସରେ କୁତ୍ରା ହାଇସ୍କୁଲ ରେ ନିର୍ମାଣ ଧୀନ ଅତିରିକ୍ତ କ୍ଲାସରୁମ ,ଶୌଚାଳୟ, ପାେଚେରୀ ବିଦ୍ୟାଳୟ ବିଭିନ୍ନ କାର୍ଯ୍ୟର ତଦାରକ୍ଷ  କରିଥିଲେ l ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହିତ କଥାବାର୍ତ୍ତା କରିଥିଲେ l
ଏହା ସହିତ କୁନମୁର ଠାରେ ଛତୁ ସ୍ବାନ୍ ଉତ୍ପାଦନ ୟୁନିଟ ଅଂଚଳ, କ୍ରେଚସେଣ୍ଟର ଆମ କଳିକା କେନ୍ଦ୍ର ପରିଦର୍ଶନ କରିଥିଲେ l 
  ସେହିପରି କୁଆରମୁଣ୍ଡା ଅଂଚଳର ନିର୍ମାଣାଧୀନ ମେଗା ପାଇପ ପାନୀୟ ଜଳ ପ୍ରକଳ୍ପ ମଧ୍ୟ ପରି ଦର୍ଶନ କରିଥିଲେ ଏହି ପ୍ରକଳ୍ପ ଯୋଗୁଁ  କୁଆରମୁଣ୍ଡା  ଓ ନୂଆ ଗାଁ ର ୨୦୧ ଗାଁ ଉପକ୍ରୁତ ହୋଇପାରିବେ ା ଏହା ବ୍ୟତୀତ ଛେଣ୍ଡ ସ୍ଥିତ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ ର ମଧ୍ୟ ପରିଦର୍ଶନ କରି ଏହାର ଖେଳାଳୀ ମାନଙ୍କୁ ପ୍ରଦାନ କରାଯାଉଥିବା ସୁବିଧା ବିଷୟରେ ପଚାରି ବୁଝିଥିଲେ l ଏହି ଗସ୍ତରେ ଡିଏମଏଫ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ସୁଷମା ବିଲୁଙ୍ଗ, ଓମ୍ବାଡସି ଜିଲ୍ଲା କାର୍ଯ୍ୟାଳୟ ମହାପ୍ରବନ୍ଧକ ଜୟନ୍ତ ଦାସ, ଶ୍ରୀ ଅମ୍ବୁଜ ପ୍ରସାଦ, ଶ୍ରୀ ଜଗନ୍ନାଥ ମିଶ୍ର ଇଂ ଓ୍ବାସିମ ଏହମଦ, ଡେପୁଟି ଡାଇରେକ୍ଟର ଉଦ୍ୟାନ ବିଭାଗ  ଶ୍ରୀ ସୁକାନ୍ତ ନାୟକ  ଉପସ୍ଥିତ ଥିଲେ l

Leave A Reply

Your email address will not be published.