ଅସ୍ତରଙ୍ଗ: ଭାରତ ସରକାର ଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ଆଜି ପୁରୀ ଜିଲ୍ଲା କୋଣାର୍କ ନିକଟସ୍ଥ ଲୋଟସ ଠାରେ ଗଣମାଧ୍ୟମ କର୍ମଶାଳା ‘ବାର୍ତ୍ତାଳାପ’ ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲା ପ୍ରଶାସନ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଲୋକାଭିମୁଖୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନାଚକ୍ର ଓ ମତବିନିମୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇ ପିଆଇବି ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି) ଅଖିଳ କୁମାର ମିଶ୍ର କହିଥିଲେ, ପିଆଇବି ଗତ ୧୦୦ ବର୍ଷ ଧରି ଭାରତ ସରକାରଙ୍କ ପ୍ରମୁଖ ଯୋଗାଯୋଗ ସଂସ୍ଥା ଭାବେ କାର୍ଯ୍ୟ କରି ଆସୁଛି। ସରକାର ଏବଂ ଗଣମାଧ୍ୟମ ମଧ୍ୟରେ ରହିଥିବା ସମ୍ପର୍କକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ପିଆଇବି ପକ୍ଷରୁ ବାର୍ତ୍ତାଳାପ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ଏହି କାର୍ଯ୍ୟକ୍ରମ କେନ୍ଦ୍ର ସରକାରଙ୍କ ବିଭିନ୍ନ କଲ୍ୟାଣମୂଳକ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିଥାଏ। ଜଏଣ୍ଟ କମିଶନର ଜି ଏସ ଟି ମୁଖ୍ୟ ଶ୍ରୀ କଲ୍ୟାଣ ଚକ୍ରବର୍ତ୍ତୀ ଦେଶର ବିକାଶ ପାଇଁ ଦିଗ, ଦୂରଦୃଷ୍ଟି ଏବଂ ଦୁଷ୍ଟିକୋଣ ପ୍ରଦାନ କରିଥିବା ଭାରତ ଏକ ବିକଶିତ ରାଷ୍ଟ୍ର ହେବାର ଯାତ୍ରାରେ ଅଂଶୀଦାର ହେବା ପାଇଁ କର୍ପୋରେଟ ଜଗତର ପ୍ରତିବଦ୍ଧତା ସେ ପ୍ରକାଶ କରିଥିଲେ। ଶ୍ରୀ ଚକ୍ରବର୍ତ୍ତୀ ମଧ୍ୟ ଭାରତ ପ୍ରତି ବିଶ୍ୱ ଦୃଷ୍ଟିକୋଣରେ ଆସିଥିବା ସକାରାତ୍ମକ ପରିବର୍ତ୍ତନ ଉପରେ ଆଲୋକପାତ କରିଥିଲେ। ଜିଏସଟି ସମ୍ପକିତ ବିପ୍ଳବ ଭଳି ଅନେକ ନୀତିଗତ ସଂସ୍କାର ବିଷୟରେ ଉଲ୍ଲେଖ କରିଥିଲେ । ବରିଷ୍ଠ ସାମ୍ବାଦିକ ତଥା ଦୈନିକ ସମୟ ର ମୁଖ୍ୟ ସମ୍ପାଦକ ଗୁରୁ କଲ୍ୟାଣ ମହାପାତ୍ର ଉଦଘାଟକ ଭାବେ ଯୋଗ ଦାନ କରି,ତାଙ୍କ ବ୍ୟକ୍ତବ ରେ ମାତୃଭାଷାର ଗୁରୁତ୍ୱ ଓ ଆଞ୍ଚଳିକ ଭାଷା ରେ ସମ୍ବାଦ ପତ୍ର ର ପ୍ରାସଙ୍ଗିକ ତା ଉପରେ ଆଲୋକପାତ କରି ଥିଲେ l ଜି ଏସ ଟି ସଂସ୍କାର ସମେତ କେନ୍ଦ୍ର ସରକାର ଙ୍କର ବିଭିର୍ଣ୍ଣ ଯୋଜନା ସମ୍ପର୍କ ରେ ମତ ରଖିବା ସହ କୃଷି ଓ ମଶ୍ଚ ସମ୍ପଦ କ୍ଷେତ୍ରରେ ଓଡିଶା ର ଚାଷୀ ଲାଭବାନ ହେଉଥିବା ମତବ୍ୟକ୍ତ କରିଥିଲେ l ସବୁ କଲ୍ୟାଣକାରି ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କ ରେ ଜନସାଧାରଣ ଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଗଣତନ୍ତ୍ରରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଥିବା ଶ୍ରୀ ଗୁରୁକଲ୍ୟାଣ ମହାପାତ୍ର କହିବା ସହ,ବିକାଶ ମୂଳକ ସାମ୍ବାଦିକତା ଉପରେ ଗୁରୁତ୍ୱ ଦେବାକୁ ଉପସ୍ଥିତ ଥିବା ଗଣ ମାଧ୍ୟାମ ପ୍ରତିନିଧି ମାନଙ୍କୁ ପରାମର୍ଶ ଦେଇ ଥିଲେ । ଶେଷରେ ପିଆଇବି ଭୁବନେଶ୍ୱର ଉପ ନିର୍ଦ୍ଦେଶକ ମନୋଜ କୁମାର ଜାଲି ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଅସ୍ତରଙ୍ଗ, କାକଟପୁର, ଗୋପ ଓ କୋଣାର୍କ ଅଂଚଳର ୫୦ରୁ ଅଧିକ ସାମ୍ବାଦିକ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିବା ସହ ବିଭିନ୍ନ ଯୋଜନା ସମ୍ପର୍କରେ ମତ ବିନିମୟ କରି ଥିବାର ଦେଖା ଯାଇ ଥିଲା l
Sign in
Sign in
Recover your password.
A password will be e-mailed to you.
Prev Post