ଜଗତସିଂହପୁର,ତା-୧୫.୧୦.୨୦୨୫/ସୁମନ୍ତକୁମାରଦାସ: ଅଖିଳ ଭାରତୀୟ ସମନିତ୍ଵ ଅନୁସନ୍ଧାନ ପ୍ରକଳ୍ପ ଅଧୀନ ସଠିକ୍ ପୋଷଣ ଓ ଶରୀର କ୍ରିୟା ମାଧ୍ୟମରେ ପ୍ରାଣୀ ମାନଙ୍କ ପ୍ରଜନନ କ୍ଷମତା ବୃଦ୍ଧି ପରିଯୋଜନା ନିମନ୍ତେ, ଭାରତୀୟ କୃଷି ଓ ଅନୁସଂଧାନ ପରିଷଦ ,ନୁଆଦିଲ୍ଲୀ ,ଓଡ଼ିଶା ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ପାଳନ ମହାବିଦ୍ୟାଳୟ ଓ.ୟୁ.ଏ.ଟି ଏବଂ କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂହପୁରର ମିଳିତ ଆନୁକୁଲ୍ୟରେ ଆଜି ତା ୧୪.୧୦.୨୦୨୫ ରିଖ ଦିନ ଜଗତସିଂପୁର ଜିଲ୍ଲାର ଏରସମା ବ୍ଲକ ଅନ୍ତର୍ଗତ ଗ୍ରାମ – ଭେଣ୍ଡାସାହି ପରେ ଏକ ତାଲିମ୍ ଏବଂ କ୍ଷେତ୍ର ପରିଦର୍ଶନ ଅନୁଷ୍ଠିତ ହୋଇଛି।
ଏହି କାର୍ଯ୍ୟକ୍ରମର ୩୨ଜଣ ଅନୁସୂଚିତ ଜାତି, ଗୋପାଳକ ଭାଗନେଇଥିଲେ। ଭାଗନେଇଥିବା ଗୋପାଳକ ମାନଙ୍କୁ ଗୋ ଖାଦ୍ୟ ପରିଚାଳନା ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା। ପ୍ରାଣୀ ଚିକିତ୍ସା, ପ୍ରାଣୀ ପାଳନ ମହାବିଦ୍ୟାଳୟର ସହକାରୀ ଅଧ୍ୟାପକ ତଥା ପ୍ରକଳ୍ପର ଅନୁସନ୍ଧାନକାରୀ ଡ଼ଃ କାମଦେବ ସେଠୀ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ପ୍ରାଣୀ ବିଜ୍ଞାନୀ ଡ଼ଃ ତପନ କୁମାର ପଲାଇ ଗୋପାଳକ ମାନଙ୍କୁ ଉଚିତ୍ ଜ୍ଞାନ ପ୍ରଦାନ କରିଥିଲେ। ଗୋପାଳକ ମାନେ ସେମାନଙ୍କର ସମସ୍ୟା ମାନ ଆଲୋଚନା କରିଥିଲେ।
ପ୍ରକଳ୍ପ ଅନ୍ତର୍ଗତ କ୍ଷେତ୍ର ପ୍ରଦର୍ଶନୀ ରେ ଗୋପାଳକ ମାନଙ୍କୁ ଗୋ-ଖାଦ୍ୟ ଭାବେ ଦାନା ଏବଂ ଦାନାପାତ୍ର ପ୍ରଦାନ କରାଯାଇଥିଲା। ଗୋ-ଖାଦ୍ୟ ସଠିକ୍ ବ୍ୟବହାର ବିଷୟରେ ବୁଝାଇ ଦିଆଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post