ମାଲକାନଗିରି ତା:-୧୫/୧୦ ଓଡ଼ିଶା ସୀମାନ୍ତ କାଙ୍କେର ଜିଲ୍ଲାରେ ଏତେ ସଂଖ୍ୟାରେ ମାଓବାଦୀ ଅସ୍ତ୍ରଶସ୍ତ୍ର ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ଘଟଣା ସୂଚାଇ ଦେଉଛି କି ଭାରତରେ ସିପିଆଇ ମାଓବାଦୀ ସଂଗଠନ ଏବେ ଶେଷ ନିଃଶ୍ବାସ ନେଉଛି।ମାଲକାନଗିରି ଜିଲ୍ଲା ସୀମାନୁ ଛତିଶଗଡ଼ ରାଜ୍ୟର ଉତ୍ତର ବସ୍ତର ଡିଭିଜନ କାଙ୍କେର ଜିଲ୍ଲାରୁ ବର୍ତ୍ତମାନ ସବୁଠାରୁ ବଡ଼ ଖବର ଆସୁଛି। ଗତକାଲି ମହାରାଷ୍ଟ୍ର ଗଡ଼ଚିରୋଲିରେ ୬୦ ଏବଂ ସୁକୁମା ଜିଲ୍ଲାରେ ୨୭ ମାଓବାଦୀଙ୍କ ଆତ୍ମସମର୍ପଣ ପରେ ଆଜି ବସ୍ତର ଡିଭିଜନର କାଙ୍କେର ଅଞ୍ଚଳରେ ମଧ୍ୟ ଏକ ବଡ଼ ସଂଖ୍ୟାରେ ନକ୍ସଲ ଆତ୍ମସମର୍ପଣ ର ସୂଚନା ଆସୁଛି ସୂତ୍ର ଅନୁସାରେ ଉତ୍ତର ବସ୍ତର ଡିଭିଜନ ପ୍ରଭାରୀ ରାଜମନ ଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ନକ୍ସଲ ସରକାର ଏବଂ ସୁରକ୍ଷା ବାହିନୀ ସହିତ ଯୋଗାଯୋଗ କରିଛନ୍ତି। ସୂଚନା ଅନୁଯାୟୀ କାଙ୍କେର ଜିଲ୍ଲାର କୌଣସି ଏକ ଆଭ୍ୟନ୍ତରୀଣ ପୋଲିସ ଥାନା ଅଞ୍ଚଳରୁ ପ୍ରାୟ ୫୦ ଜଣ ନକ୍ସଲ ଆତ୍ମସମର୍ପଣ କରିବାକୁ ଆଗେଇ ଆସିଛନ୍ତି। ଏଥିରେ କିସ୍ପୋର୍ଡୋ ଏରିଆ କମିଟି ସଚିବ ଏବଂ ଡିଭିସିଏମ୍ ରାଜୁ ସଲାମ ସମେତ ଅନେକ ବଡ଼ ବଡ଼ ନକ୍ସଲ ଅନୁର୍ଭୁକ୍ତ ରହିଛନ୍ତି। ସୂତ୍ର ଅନୁସାରେ, ବସ୍ତର ରେଞ୍ଜ ଆଇଜି ପି. ସୁନ୍ଦର ରାଜ ଏବଂ ଏସପି ଇନ୍ଦ୍ର କଲ୍ୟାଣ ଏଲେସେଲେ ବ୍ୟକ୍ତିଗତ ଭାବରେ ନକ୍ସଲମାନଙ୍କ ସହିତ ସିଧାସଳଖ ଯୋଗାଯୋଗ କରୁଛନ୍ତି। ଆତ୍ମସମର୍ପଣ ପ୍ରକ୍ରିୟା ବର୍ତ୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି ଏବଂ ଆଧିକାରିଙ୍କ ସୁନିଶ୍ଚିତତାକୁ ଅପେକ୍ଷା କରାଯାଇଛି। ରାଓଘାଟ ଏରିଆ କମିଟି ନେତା ରାଜୁ ଏବଂ ମୀନା ଙ୍କ ସମେତ ଅନେକ ନକ୍ସଲ କାମତେଡାରେ ଥିବା ବିଏସଏଫ କ୍ୟାମ୍ପରେ ପହଞ୍ଚିଛନ୍ତି। ସୂତ୍ର ଅନୁସାରେ ଏହି ଆତ୍ମସ ବସ୍ତର ଅଞ୍ଚଳ ପାଇଁ ଏକ ପ୍ରମୁଖ ମୋଡ଼ ହୋଇପାରେ, କାରଣ ଆବୁଝ ମାଡ ଏବେ ଦ୍ରୁତ ଗତିରେ ନକ୍ସଲ ମୁକ୍ତ ହେବା ଆଡ଼କୁ ଅଗ୍ରସର ହେଉଛି। ବିଗତ ଦୁଇ ତିନି ଦିନ ମଧ୍ୟରେ ୧୫୦ରୁ ଉର୍ଦ୍ଧ ମାଓବାଦୀ ପୁଲିସ ନିକଟରେ ଆତ୍ମସମର୍ପଣ କରିବା ଘଟଣା ସୃଷ୍ଟ କରୁଛି କି ଆଗାମୀ ୨୦୨୬ ମାର୍ଚ୍ଚ ମାସ ମଧ୍ୟରେ ଭାରତରେ ସିପିଆଇ ମାଓବାଦୀ ସଂଗଠନ ସମ୍ପୂର୍ଣ୍ଣ ତଳି ତଳାନ୍ତି ହେବାକୁ ଯାଉଛି। ଆଉ ମାତ୍ର କିଛି ପାଦ ଦୂରତାର ବ୍ୟବଧାନ ବାକି ରହିଛି।
Sign in
Sign in
Recover your password.
A password will be e-mailed to you.