୨୨ ଲକ୍ଷ ଟଙ୍କାର ଟାୟାର ଚୋରି ଘଟଣା : ଟାୟାର ଜବତ, ୪ ଗିରଫ

4

ଝାରସୁଗୁଡା: ବଡ଼ମାଲ ଥାନା ଠାରୁ ମାତ୍ର ଶହେ ମିଟର ଦୂର ବଡ଼ମାଲ ବିଜୁ ପଟ୍ଟନାୟକ ଛକରେ ଥିବା ଏକ ଟାୟାର ଦୋକାନରୁ ଦୁର୍ବୃତ୍ତମାନେ ପ୍ରାୟ ୨୨ ଲକ୍ଷ ଟଙ୍କାର ଟାୟାର ଚୋରି କରି ନେଇଥିଲେ । ଗତ ୬ ତାରିଖ ବିଳମ୍ବିତ ରାତିରେ ମୁଦ୍ରା ଟାୟାର୍ସ ଦୋକାନର ସଟର ତାଲା ଭାଙ୍ଗି ୧୦୪ ଟି ଟାୟାର ଚୋରି କରିଥିଲେ । ଏନେଇ ବଡମାଲ ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ କରି ୪ ଅଭିଯୁକ୍ତକୁ ଅନୁଗୁଳ ଜିଲ୍ଲା ବଅଁରପାଲରୁ ଗିରଫ କରିଛି । ସେମାନଙ୍କ ପାଖରୁ ଚୋରି ଟାୟାର ଏବଂ ବ୍ୟାଟେରି ପୁ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗଣେଷ ଓରଫ କେତନ ସାହୁ(୩୭), ମହମ୍ମଦ ଓ୍ବାସିମ(୨୯), ଚାନ୍ଦ ଅଲ୍ଲୀ(୪୨) ଏବଂ ମହମ୍ମଦ ରସିଦ(୪୩) ।

ମୁଦ୍ରା ଟାୟାର୍ସର ମାଲିକ ନିଲେଶ ମୁଦ୍ରା ବଡମାଲ ଥାନାରେ ଅଭିଯୋଗ କରିଥିଲେ ଯେ ଗତ ୬ ତାରିଖ ରାତିରେ ତାଙ୍କ ଦୋକାନରୁ ୨୨ ଲକ୍ଷ ୨୧ ହଜାର ୫ ଶହ ଟଙ୍କାର ଟାୟାର ଏବଂ ଓ୍ବାର୍କସପରେ ଥିବା ଚାରି ହଜାର ଟଙ୍କାକୁ ଦୁର୍ବୃତ୍ତମାନେ ଚୋରି କରି ନେଇଥିଲେ। ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା ଯେ ଦୁର୍ବୃତ୍ତମାନେ ଗାଡ଼ି ଲଗାଇ ଟାୟାର ସବୁକୁ ଚୋରି କରି ନେଇଥିଲେ। ଚୋରିରେ ବ୍ୟବହୃତ ଏକ ଟ୍ରକ, ବୋଲେରୋ ଓ କାର ମଧ୍ୟ ପୁଲିସ ଜବତ କରିଛି । ବଡମାଲ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ଗୁଣ୍ଡଲା ରେଡ୍ଡି ରାଘବେନ୍ଦ୍ର ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.