ଝରିଗାଁ, ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ,ତା 14/10/025-ନବରଙ୍ଗପୁର ଜିଲ୍ଲା ଝରିଗାଁ ଗୋଷ୍ଠୀ ଶିକ୍ଷାକେନ୍ଦ୍ର ଅଧୀନସ୍ଥ ରାମସା ଆଞ୍ଚଳିକ ସାଧନକେନ୍ଦ୍ର ଅଧୀନରେ ଥିବା ବଡ଼ନୀ ସରକାରୀ ଆଶ୍ରମ ବିଦ୍ୟାଳୟ ଠାରେ ଆଜି ଆଞ୍ଚଳିକ ସାଧନକେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ତଥା “ସୁରଭୀ -2025″କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ରାମସା ଆଞ୍ଚଳିକ ସାଧନକେନ୍ଦ୍ରର ସଂଯୋଜକ ସଂଗ୍ରାମ କେଶରୀ ବଡ଼ଜେନାଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଏବଂ ବଡ଼ନୀ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସପନ କୁମାର ହାଲଦାରଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଝରିଗାଁ ନିର୍ବାଚନ ମଣ୍ଡଳୀର ବିଧାୟକ ନରସିଂହ ଭତରା ଯୋଗଦେଇ ପ୍ରଦୀପ୍ତ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିବା ବେଳେ ସମ୍ମାନୀୟ ଅତିଥିମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର,ଝରିଗାଁ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ପାଲିଆ ସରପଞ୍ଚ ରାଧା ସାନ୍ତା, ପାଲିଆ ସମିତି ସଭ୍ୟା ମଦନା ଦେଇ ଗୌଡ଼, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ହରିଶ୍ଚନ୍ଦ୍ର ପୂଜାରୀ, ପୂର୍ବତନ ଚଚା ମଣ୍ଡଳ ସଭାପତି ମହେଶ୍ୱର ତିୱାରୀ,ନବରଙ୍ଗପୁର ମୂଳ ନିବାସୀ ଅନୁସୂଚିତ ଜାତି ସଙ୍ଘର ଝରିଗାଁ ବ୍ଳକ ସଭାପତି ପ୍ରତାପ ଦୁରିଆ, ସମାଜସେବୀ ଡମ୍ବରୁ ଭତରା,ପ୍ରମୁଖ ଯୋଗଦେଇଥିଲେ |ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ମାନଙ୍କୁ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଗାଁ ମୁଣ୍ଡରୁ ବାଦ୍ୟ ବାଦନ ସହ ନୃତ୍ୟ ପରିବେଷଣ କରି ବିଦ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ଆଣିବା ପରେ ବିଦ୍ୟାଳୟ ସମ୍ମୁଖରେ ଫୁଲ ଚନ୍ଦନ ଓ ପୁଷ୍ପହାର ଦେଇ ବନ୍ଦାପନା କରିଥିଲେ ଏବଂ ଅତିଥି ମାନଙ୍କୁ ଅତିଥି ଆସନରେ ଅଳଙ୍କୃତ କରିଥିଲେ |ବଡ଼ନୀ ଆଶ୍ରମ ବିଦ୍ୟାଳୟର ସହ ଶିକ୍ଷକ କୃତିବାସ ହରିଜନ ମଞ୍ଚ ପରିଚାଳନା କରି ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ପରେ ଛାତ୍ରଛାତ୍ରୀ ମାନେ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣେଇଥିଲେ|ପରେ ପ୍ରଧାନ ଶିକ୍ଷକ ଶ୍ରୀ ହାଲଦାର ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିବା ସହିତ ବିଦ୍ୟାଳୟର ବିଭିନ୍ନ ସମସ୍ୟା ବିଷୟରେ ମଞ୍ଚାସିନ ଅତିଥି ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ |ଶେଷରେ ସମସ୍ତେ ପ୍ରଦୀପ ନିକଟରେ ପହଂଚି ପ୍ରଦୀପ ପ୍ରଜ୍ବଳନ କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା |ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅତିଥି ମାନଙ୍କ ଉଦେଶ୍ୟରେ ସ୍ୱାଗତ ନୃତ୍ୟ ପରିବେଷଣ କରିବା ପରେ ବିତର୍କ (ଓଡ଼ିଆ ଭାଷାରେ ), ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ, ସ୍ୱଜନଶୀଳ ଲିଖନ, ବକୃତା, ସଂଗୀତ, ଓଡ଼ିଆ ହସ୍ତାକ୍ଷର ଓ ଶ୍ରୁତି ଲିଖନ,ସାଂସ୍କୃତିକ କାର୍ଯ୍ୟକ୍ରମ, ଚିତ୍ରକଳା, ଶିଳ୍ପକଳା ଆଦି ପ୍ରତିଯୋଗିତା ମାନଙ୍କରେ ଭାଗ ନେଇ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ହସ୍ତରେ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା |ଆଜିର ଏହି ସୁରଭି କାର୍ଯ୍ୟକ୍ରମରେ ରାମସା କ୍ଲଷ୍ଟରର(ବଡ଼ନୀ, ପାଳିଆ, କନ୍ଧଗୁଡା, ପାଉରବେଲି, ରାମସା, ବାସୁଦେବଗୁଡା, ପୋଲୁଗୁଡା, ବଡ଼ନୀ, ଡ଼ୁମର ପଦର, ବେଳଝରି,ମୋତିବନ୍ଦଗୁଡା, ) 11ଗୋଟି ବିଦ୍ୟାଳୟର ଛାତ୍ରଛାତ୍ରୀ, ଗାଇଡ଼ ଶିକ୍ଷକ ଓ ପ୍ରଧାନ ଶିକ୍ଷକମାନେ ଯୋଗଦେଇଥିଲେ |ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଅବିଭାବକମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ
Sign in
Sign in
Recover your password.
A password will be e-mailed to you.
Next Post