ଭଞ୍ଜନଗର ପୋଲିସ୍ ଦ୍ଵାରା ଲକ୍ଷାଧିକ ଟଙ୍କା ର ବେଆଇନ୍ ବାଣ ଜବତ୍

4

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି। ଏହାକୁ ଉତ୍ସୁକତାର ସହ ପିଲାଙ୍କ ଠାରୁ ଯୁବଗୋଷ୍ଠୀ ଅପେକ୍ଷା କରି ରହିଛନ୍ତି।ବାଣ ବିକ୍ରୀ ପାଇଁ ବ୍ୟବସାୟୀମାନେ ପ୍ରଶାସନ ଠାରେ ଲାଇସେନ୍ସ ପାଇଁ ଆବେଦନ କରିଥିବା ଜଣାପଡିଛି। ଆଉ କିଛି ଲୋକ ଅସାଧୁ ଉପାୟରେ ଅଧିକ ଲାଭ ପାଇବା ପାଇଁ ବେଆଇନ ଭାବେ ପୂର୍ବରୁ ବାଣ ଆଣି ବିଭିନ୍ନ ସ୍ଥାନରେ ଗଛିତ ରଖିଛନ୍ତି।ଏସମ୍ପର୍କରେ ଭଞ୍ଜନଗର ପୋଲିସ ଖବର ପାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ସେହିପରି ଆଜି ମଙ୍ଗଳବାର ୧୪ ଅକ୍ଟୋବର ୨୦୨୫ ତାରିଖ ରେ ଜିଲୁଣ୍ଡି ଗ୍ରାମର ପ୍ରଶାନ୍ତ କୁମାର ଙ୍କ ଘରୁ ପୋଲିସ ବେଆଇନ ଭାବେ ବିକ୍ରୀ ପାଇଁ ଥିବା ପ୍ରାୟ ଦେଢ଼ ଲକ୍ଷ ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକାର ବାଣ ଜବତ କରିଛି।ଏହି ଘଟଣାରେ ଭଞ୍ଜନଗର ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି।ସେହିପରି ଆସନ୍ତା ଦୀପାବଳିରେ ସତର୍କତା ଅବଲମ୍ବନ କରି ବାଣ ଫୁଟାଇବା ପାଇଁ ପୋଲିସ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।ସେଥି ମଧ୍ୟରେ ଦୀପାବଳୀକୁ ଜେବଳ ଦୀପ ଜଳାଇ ପାଳନ କରିବା ଏବଂ ବାଣ ଫୁଟାଇବା ସମୟ ସନ୍ଧ୍ୟା ୭ ଟାରୁ ୯ ଟା ପର୍ଯ୍ୟନ୍ତ ସୀମିତ ରଖିବା, ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବାରୁ ବର୍ଜନ କରିବା, ବାଣର ଶବ୍ଦ ୧୨୫ ଡେସିବଲ ଭିତରେ ରଖିବା,ଶାନ୍ତି କ୍ଷେତ୍ର ଅନ୍ତର୍ଗତ ବଗିଚା, ପାର୍କ, ହସ୍ପିଟାଲ, ଶିକ୍ଷା ସଂସ୍ଥା, କୋର୍ଟ, ଧାର୍ମିକ ସ୍ଥାନ ଇତ୍ୟାଦିର ୧୦୦ ମିଟର ଦୂରତା ଭିତରେ କାଣ ଫୁଟାଇବା ମନା, କେବଳ ପରିବେଶ ସୁରକ୍ଷିତ ବାଣ ଖୋଲା ଜାଗାରେ ଫୁଟାଇବାକୁ ଅନୁମତି ରହିଛି। ଏଥିସହ ଝୁମ୍ପୁଡି, ଦୋକାନ, ଘର, ଅଗ୍ନି ପ୍ରବଣ ସ୍ଥାନ, ରାସ୍ତା ଏବଂ ଅଧିକ ଯାତାୟାତ ସ୍ଥାନରେ ବାଣ ଫୁଟାଇବାକୁ ମନା,୧୦ ବର୍ଷରୁ କମ ବୟସର ଶିଶୁମାନେ ଶବ୍ଦ-ସୃଷ୍ଟି କରୁଥିବା ବାଣ ଫୁଟାଇବାକୁ ଅନୁମତି ନାହିଁ, ବାଣ ଫୁଟାଇବା ସମୟରେ ସୁରକ୍ଷା ପାଇଁ କଟନ କପଡ଼ା ପିନ୍ଧିବା,
ସୁପ୍ରିମକୋର୍ଟ କେବଳ ପରିବେଶ ସୁରକ୍ଷିତ ବାଣ ବ୍ୟତୀତ ଅନ୍ୟ ସମସ୍ତ ବାଣର ଉତ୍ପାଦନ ଓ ବିକ୍ରୟକୁ ନିଷେଧ କରିଛନ୍ତି।ସମସ୍ତ ନିୟମ ଅମାନ୍ୟ କଲେ ଓଡ଼ିଶା ବାଣ ଓ ଲାଉଡସ୍ପିକର (ନିୟନ୍ତ୍ରଣ) ଅଧିନିୟମ, ୧୯୫୮ ଏବଂ ଶବ୍ଦ ପ୍ରଦୂଷଣ (ନିୟନ୍ତ୍ରଣ ଓ ନିୟମାବଳୀ) ନିୟମ, ୨୦୦୦ ଅନୁସାରେ ଦଣ୍ଡ ବ୍ୟବସ୍ଥା ରହିଛି ବୋଲି ଭଞ୍ଜନଗର ଆଇ.ଆଇ.ସି ଜୀବନାନନ୍ଦ ଜେନା ସୁଚନା ପ୍ରଦାନ କରିଛନ୍ତି।

Leave A Reply

Your email address will not be published.