ବରଗଡ ଜିଲ୍ଲା ସ୍ତରୀୟ ସ୍କୁଲ ଚେସ ଉଦଯାପିତ ।

4

ବାଳକ ବର୍ଗରେ ପ୍ରତୀକ ପ୍ରଧାନ ଓ ବାଳିକା ବର୍ଗରେ ଶ୍ରାବଣୀ ସାହୁ ଚମ୍ପିୟାନ

ପଦ୍ମପୁର :- ସ୍ଥାନୀୟ ରାଜବୋଡ଼ାସମ୍ବର ହାଇସ୍କୁଲ ପରିସରରେ ବରଗଡ ଜିଲ୍ଲା ଚେସ ଏସୋସିଏସନ ଆନୁକୂଲ୍ୟରେ ଏକ ସ୍କୁଲ ସ୍ତରୀୟ ଚେସ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଏଥିରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର 73 ଜଣ ଛାତ୍ର ଓ 26 ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ। ସ୍ବିସ ପଦ୍ଧତିରେ ଖେଳାଯାଇଥିବା ଏ ପ୍ରତିଯୋଗିତାରେ ବାଳକ ବର୍ଗରେ ଅତାବିରାର ପ୍ରତୀକ ପ୍ରଧାନ ଏବଂ ବାଳିକା ବର୍ଗରେ ପଦ୍ମପୁରର ଶ୍ରାବଣୀ ସାହୁ ଚଂପିଆନ ହୋଇଥିଲେ।

ରାଜବୋଡ଼ାସମ୍ବର ହାଇସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀ ନିରାଲମ୍ବ ପଟେଲ ଏ ପ୍ରତିଯୋଗିତାର ଉଦଘାଟନ କରିଥିବା ବେଳେ ଉଦଯାପନୀ ଉତ୍ସବରେ ପଦ୍ମପୁର ବଣିକ ସଂଘର ସଭାପତି ଶ୍ରୀ ପ୍ରତାପ ମିଶ୍ର, ଭେଷଜ ସମିତି, ନୃସିଂହନାଥର ସଭାପତି ଡ. ମାନଭଞ୍ଜନ ପଣ୍ଡା ଓ ଅଂଚଳ ମହାବିଦ୍ୟାଳୟର ଅବସରପ୍ରାପ୍ତ କ୍ରୀଡା ପ୍ରଶିକ୍ଷକ ଶ୍ରୀ ସଚ୍ଚିଦାନଂଦ ବହିଦାର ସମ୍ମାନନୀୟ ଅତିଥି ଭାବରେ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ।

ଜିଲ୍ଲା ଚେସ ଏସୋସିଏସନର ସଂପାଦକ କେଶରଞ୍ଜନ ପ୍ରଧାନଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏ ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଆର୍ବିଟର ଶ୍ରୀ ବିଘ୍ନେଶ୍ୱର ଯୋଷୀଙ୍କୁ ସର୍ବଶ୍ରୀ ସମୀର ମେହେର, ବୀରେନ୍ଦ୍ର ମହାପାତ୍ର, ସୁନୀଲ ସିଂ, ଉଦ୍ଧବ ଘିବିଲା ସହଯୋଗ କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ କ୍ରିଡ଼ା ଶିକ୍ଷକ ଚନ୍ଦ୍ରମଣି ସାହୁ ଓ ଶ୍ରୀମତୀ ନିଲିମା ମହାନ୍ତି ପରିଚାଳନା କରିଥିଲେ। ସଫଳ ଖେଳାଳିମାନଙ୍କୁ ମୀନକେତନ ସାହୁ ଗଛର ଚାରା ପ୍ରଦାନ କରିଥିଲେ।

ପୁରସ୍କୃତ ଖେଳାଳିମାନେ ହେଲେ
ବାଳକ ବର୍ଗ
ପ୍ରଥମରୁ ଅଷ୍ଟମ ଯଥାକ୍ରମେ
ପ୍ରତୀକ ପ୍ରଧାନ ..ଅତାବିରା
ପ୍ରତ୍ୟୁଷ ରଂଜନ ଭୋଇ ..ବିକଶ, ବରଗଡ
ଶ୍ରେୟାସ କୁମାର ସାହୁ..ଡୁଂଗୁରିପାଲି
ରୋନକ କୁମାର ପ୍ରଧାନ, କେନ୍ଦ୍ରୀୟ ବିଦ୍ୟାଳୟ, ବରଗଡ
ଅର୍ଣ୍ଣବ ନାଥ, ଆଦର୍ଶ ବିଦ୍ୟାଳୟ, ଗୋବିନ୍ଦପୁର
ପ୍ରଭାଂଶୁ ପ୍ରଧାନ, ଝାରବନ୍ଧ
ରୁଦ୍ରପ୍ରତାପ ସାହୁ, ବରିକେଲ
ରଂଜନ ସାହୁ, ନୃସିଂହନାଥ

9 ବର୍ଷ ବୟସ ବର୍ଗ..ଆନଭ କର
11 ବର୍ଷ ବୟସ ବର୍ଗ..ପ୍ରଜ୍ବଲ ସିଂ
13 ବର୍ଷ ବୟସ ବର୍ଗ..ଆରୁଣ୍ଯକ ଦାଶ

ବାଳିକା ବର୍ଗ
ପ୍ରଥମରୁ ଅଷ୍ଟମ ଯଥାକ୍ରମେ
ଶ୍ରାବଣୀ ସାହୁ, ପଦ୍ମପୁର
କୃତିକା ପଟେଲ, ଝାରବନ୍ଧ
ପ୍ରତୀକ୍ଷା ଦାଶ, ଭେଡେନ
ଆଦ୍ୟାଶା ଦେବତା, କାଦୋବାହାଲ
ଅନନ୍ୟା ବିଶ୍ବାଳ, କେନ୍ଦ୍ରୀୟ ବିଦ୍ୟାଳୟ, ବରଗଡ
ମାଧୁରୀ କୁମାର, ପଦ୍ମପୁର
ଜ୍ୟୋତ୍ସାମୟୀ ଶତପଥୀ, ଆଦର୍ଶ ବିଦ୍ୟାଳୟ, ବାନ୍ଦୁପାଲି
ସହେଲି ସାହୁ, ପଦ୍ମପୁର

9 ବର୍ଷ ବୟସ ବର୍ଗ..ସୋନମ ପଟେଲ
11 ବର୍ଷ ବୟସ ବର୍ଗ..ତିଳୋତ୍ତମା ବରିହା
13 ବର୍ଷ ବୟସ ବର୍ଗ..ଆରାଧ୍ୟା ବିଶ୍ବାଳ

Leave A Reply

Your email address will not be published.