କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅନ୍ନ ଲକ୍ଷ୍ମୀ କାର୍ଯ୍ୟକ୍ରମ ଅନୁଷ୍ଠିତ।

4

 କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର: ବ୍ରହ୍ମପୁର ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ କ।ହ୍ନା ଚାରିଟେବୁଲ ଟ୍ରଷ୍ଟ ଏବଂ ମ୍ୟାଜିକ ହେଲଥ୍ କେୟାର ସଂସ୍ଥା ମିଳିତ ସହଯୋଗରେ ଜଳେଶ୍ଵର ପୂର (ଆଙ୍କୁଲି) ଠାରେ କାର୍ତ୍ତିକ ମାସ ପ୍ରଥମ ସୋମବାର ଅବସରରେ ଆଜି ସୁଷମ ରନ୍ଧା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଟ୍ରଷ୍ଟ ସଭାନେତ୍ରୀ ଶ୍ରୀମତୀ ରଞ୍ଜନା ମିଶ୍ର ତଥା ଟ୍ରଷ୍ଟ ସଦସ୍ୟ/ ସଦସ୍ୟା ସର୍ବଶ୍ରୀ ରବୀନ୍ଦ୍ରନାଥ ମିଶ୍ର,ମୁରଲୀ ମୋହନ ଆଚାର୍ଯ୍ୟ, ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ, ବିଶ୍ଵନାଥ ପାତ୍ର, ବଳଭଦ୍ର ସ୍ୱାଇଁ, ବିନୋଦ ମିଶ୍ର, ଜଗନ୍ନାଥ ସ୍ୱାଇଁ, ଶ୍ରୀମତୀ ଇନ୍ଦିରା ପଟ୍ଟନାୟକ, ଅନିମା ମିଶ୍ର, ମଧୁସ୍ମିତା ବ୍ରହ୍ମା , ହରିହର ନଗର ମହିଳା ଗୋଷ୍ଠୀ ସଦସ୍ୟା ଓ ସ୍ଥାନୀୟ ଯୁବ ଗୋଷ୍ଠୀ ମାନଙ୍କ ସହାୟତାରେ ପ୍ରାୟ ୫୦୦ରୁ ଅଧିକ ଗରିବ ଶ୍ରେଣୀର ପୁରୁଷ ଓ ମହିଳା ମାନଙ୍କୁ ଖାଦ୍ୟ ପରସା ଯାଇଥିଲା। ଅନ୍ନଲକ୍ଷ୍ମୀ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ କାହ୍ନ। ଚାରିଟେବୁଲ ଟ୍ରଷ୍ଟ ଏବଂ ମ୍ୟାଜିକ୍ ହେଲତ୍ କେର ମିଳିତ ସହଯୋଗରେ ରୀତିମତ ଭାବରେ ଜାରି ରହିଛି ଓ ଆଗକୁ ମଧ୍ୟ ଜାରି ରହିବ ବୋଲି ଟ୍ରଷ୍ଟ ସଭାନେତ୍ରୀ ଶ୍ରୀମତୀ ରଞ୍ଜନା ମିଶ୍ର ପ୍ରକାଶ କରିଛନ୍ତି। ଏହି ଜନ ହିତକର କାର୍ଯ୍ୟକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।।

Leave A Reply

Your email address will not be published.