ଜଗତସିଂହପୁର,ତା-୧୩.୧୦.୨୦୨୫/ସୁମନ୍ତକୁମାରଦାସ: ଆଜି ପୂର୍ବାହ୍ନ ରେ ଏରସମା ବ୍ଲକ କାର୍ଯ୍ୟାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ ସରିବାପରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଦୁଇଟି ଜଳସେଚନ କ୍ରିକ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ। ଜିଲ୍ଲାପାଳ ନାରଦିଆ ପଞ୍ଚାୟତ ର ପଞ୍ଚପଲ୍ଲି ଓ ଅମ୍ବିକି ପଞ୍ଚାୟତ ର ନଗରୀ ଠାରେ ,ମହାନଦୀ ଦକ୍ଷିଣ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ, ପିଡି ତଥା ଅନ୍ୟାନ୍ୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ। ତତ୍ପରେ ନାରଦିଆ ଓ ଆମ୍ବିକି ପଞ୍ଚାୟତ ଅନ୍ତର୍ଗତ କିଆଦା ଠାରେ ଥିବା ବହୁମୂଖୀ ବାତ୍ୟା ଆଶ୍ରୟ ସ୍ଥଳୀ ଏବଂ ନାରଦିଆ ଠାରେ ୧.୩୩ କୋଟି ବିନିମୟ ରେ ତିଆରି ହେଉଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ।ଆମ୍ବିକି ଠାରୁ ଜପା ପଞ୍ଚାୟତର ଦହିବର କୁ ସଂଯୋଗୀ ସେତୁ ର ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଥିଲେ । ସେତୁ ନିର୍ମାଣ କାର୍ଯ୍ୟ ଶେଷ ହେବା ପାଇଁ ଆଉ କିଛିମାସ ଲାଗିବାକୁ ଥିବାରୁ ଏଠାରେ ନଦୀ ରେ ଯାତାୟାତ ନିମନ୍ତେ ଉନ୍ନତ ମାନର ଡଙ୍ଗା ଓ ଲାଇଫ ଜ୍ୟାକେଟ ବ୍ୟବସ୍ଥା କରିବା ପାଇଁ ଜିଲ୍ଲାପାଳ ଏରସମା ବି ଡି ଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ,ମହାନଦୀ ଦକ୍ଷିଣ ବିଭାଜନ ର ଅଧିକ୍ଷଣ ଯନ୍ତ୍ରୀ, ଅଧିକ୍ଷଣ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ , ଏରସମା ବିଡିଓ ତଥା ଅନ୍ୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.