ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ମାତୃ କର୍ମଶାଳା ଅନୁଷ୍ଠିତ।

4

ପଦ୍ମପୁର:- ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ର ଶିଶୁ ବାଟିକା ବିଭାଗ ର ମାତୃ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସଭାପତି ଶ୍ରୀଯୁକ୍ତ ପୃଥିରାଜ ସାହୁ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମ ଉଦଘାଟନ କରି ମାର୍ଗ ଦର୍ଶନ କରିଥିଲେ। ଶିଶୁ ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ ପରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ସ୍ଵାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୂଖ୍ୟ ଅତିଥି ଭାବରେ ଶିକ୍ଷା ବିକାଶ ସମିତି ର ବିଦ୍ଵତ୍ ପରିଷଦର ସଭାପତି ଡ଼ଃ ବାଞ୍ଛାନିଧି ପଣ୍ଡା ଯୋଗଦେଇ ଶିଶୁ ଶିକ୍ଷା ର ସ୍ବରୂପ ବିଷୟରେ ଆଲୋଚନା କରିଥିଲେ। ଅନ୍ୟତମ ଅତିଥି ଭାବେ ପରିଚାଳନା ସମିତି ର ସଦସ୍ୟା ଶ୍ରୀମତୀ ଅଲିଭା ରଥ, ପ୍ରାତଃ ପର୍ଯ୍ୟାୟ ପ୍ରମୁଖ ଶ୍ରୀମତୀ ସୁଜାତା ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ କୁ ସସ୍ମିତା ଶତପଥୀ ସଂଯୋଜନା କରିଥିଲେ। ବିଭିନ୍ନ କାଳାଂଶରେ ଦୁର୍ବାଦଳ ସାହୁ,ନୀତୁ ସାହୁ, ଗୀତା ଞ୍ଜଳୀ ଗୁରୁମା,ଶରତ ଗୁରୁଜୀ, ଯାମିନୀ ଗୁରୁମା, ଲିଲି ଗୁରୁମା ପ୍ରମୁଖ ଶିକ୍ଷାଦାନ କରିଥିଲେ।ଉଦଯାପନୀ ସମାରୋହରେ ସୁଶ୍ରୀ ମମତା ଗୁରୁ ଯୋଗଦେଇ ହିନ୍ଦୁ ଘରର ସଂକଳ୍ପ ନା ବିଷୟରେ ଆଲୋକପାତ କରିଥିଲେ।ଦିବା ପର୍ଯ୍ୟାୟ ପ୍ରମୁଖ ମୁଦିରଥ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ବାଟିକା ବିଭାଗ ରୁ ୧୫୨ ମାଆ ଯୋଗଦେଇ ଥିଲେ। ସମସ୍ତ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟି ସଫଳ ହୋଇଥିଲା।

Leave A Reply

Your email address will not be published.