ରାଜଗାଙ୍ଗପୁର, ୧୧/୧୦/୨୫.(ବିଷ୍ଣୁ ଭୋମିକ) ରାଜଗାଙ୍ଗପୁର ପୌରପାଳିକାରେ ଗତ କିଛିଦିନ ହେବ ଅଚଳାବସ୍ଥା ଦେଖାଦେଇଛି। ପୌରପାଳିକାର ବିଭିନ୍ନ ଉନ୍ନୟନକାର୍ଯ୍ୟରେ ବିପର୍ଯ୍ୟୟ ଦେଖାଦେଇଛି। ଏହାକାରଣ ବହୁଦିନରୁ ଏଠାରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ପଦ ଖାଲି ପଡ଼ିରହିଛି। ସରକାରଙ୍କ ପକ୍ଷରୁ ଗୋବିନ୍ଦ ଦଣ୍ଡସେନାଙ୍କୁ ରାଜଗାଙ୍ଗପୁର ପୌରପାଳିକାରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଯୋଗଦାନ କରିବା ପାଇଁ ନୋଟିସ ଜାରି କରାଯାଇଥିଲା। କିନ୍ତୁ ସେ ଏପର୍ଯ୍ୟନ୍ତ ଯୋଗଦାନ କରିନଥିବାରୁ ପୌରପାଳିକାର ଦୈନିକ ପ୍ରଶାସନିକ କାର୍ଯ୍ୟ, ବିଭିନ୍ନ ବିକାଶମୂଳକ ଯୋଜନା ଓ ଜନସାଧାରଣ ସେବା ଗୁଡ଼ିକ ପ୍ରଭାବିତ ହୋଇପଡ଼ିଛି। ଏହି ଅବସ୍ଥାରେ ରାଜଗାଙ୍ଗପୁରର ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଅଧିକାରୀ ନ ଥିବାରୁ ବିଭିନ୍ନ ଫାଇଲ ଓ ନିଷ୍ପତ୍ତାରେ ଅନାବଶ୍ୟକ ବିଳମ୍ବ ଜନସାଧାରଣ ହେଉଛି। ଏହି ପରିସ୍ଥିତି ଦୃଷ୍ଟିରେ ରାଜଗାଙ୍ଗପୁର ବିଜେପିର ଏକ ପ୍ରତିନିଧି ଦଳ ଭୁବନେଶ୍ଵର ଯାଇ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ସାକ୍ଷାତ କରିଥିଲେ। ପ୍ରତିନିଧି ଦଳ ମନ୍ତ୍ରୀଙ୍କୁ ଏନେଇ ଅବଗତ କରାଇ ଶୀଘ୍ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗଦାନ ନିଶ୍ଚିତ କରିବାକୁ ଅନୁରୋଧ କରିଥିଲେ | ପ୍ରତିନିଧି ଦଳର ସଦସ୍ୟମାନେ କହିଛନ୍ତି ଯେ, ରାଜଗାଙ୍ଗପୁର ପୌରପାଳିକାରେ ଅଧିକାରୀ ନରହିବା ଫଳରେ ସହରର ବିକାଶ କାର୍ଯ୍ୟ ବନ୍ଦ ହୋଇପଡ଼ିଛି ଏବଂ ଏନେଇ ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି| ସେଥିପାଇଁ ସରକାର ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଆଶାବ୍ୟକ୍ତ କରିଛନ୍ତି। ଚାଲୁଥିବା ଅଚଳାବସ୍ଥା ଯଦି ଦୀର୍ଘସ୍ଥାୟୀ ହୁଏ, ତେବେ ଜନସେବା ଓ ପୌରାଞ୍ଚଳ ବିକାଶ ଯୋଜନାଗୁଡ଼ିକ ଉପରେ ଗୁରୁତର ପ୍ରଭାବ ପଡ଼ିବ ବୋଲି କହିଛନ୍ତି।
Sign in
Sign in
Recover your password.
A password will be e-mailed to you.