ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ

4

ଝାରସୁଗୁଡା: ଜିଲ୍ଲା ସମାଜ ମଂଗଳ ବିଭାଗ, ଝାରସୁଗୁଡା ଆନୁକୁଲ୍ୟରେ ଅଦ୍ୟ ତା ୧୧-୧୦-୨୦୨୫ ରିଖ ଦିନ ସଂସ୍କୃତି ଭବନ ଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି। ଭକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀଯୁକ୍ତ ବ୍ରଜବନ୍ଧୁ ଭୋଇ ଯୋଗ ଦେଇ ଦିପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବରେ ଡ଼ ରାଧାରମଣ ବିତ୍ତିଆ ADMO, ଆଶିଷ କୁମାର ପଣ୍ଡା, ଅଧ୍ୟକ୍ଷ, ଶିଶୁ ମଂଗଳ ଅଧିକାରୀ, ଆନନ୍ଦିନି ପାଢ଼ି, ନିର୍ଦ୍ଦେଶିକା ସେହଡା, ସୁନନ୍ଦ ମହାରଣା, ଶିଶୁ ସୁରକ୍ଷା ଅଧିକାରୀ, ପ୍ରମୁଖ ଯୋଗଦାନ ଦେଇଥିଲେ। ଉକ୍ତ କାର୍ଯକ୍ରମ କୁ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ପୁନ୍ୟବତି ହେଲେନ ଖେସ ସମସ୍ତଙ୍କୁ ସ୍ବାଗତ ଜଣାଇ ଆନ୍ତର୍ଜାତୀୟ କନ୍ୟା ଦିବସ ପାଳନ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପର ଅଭିଭାଷଣ ରଖିଥିଲେ। ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବ୍ରଜବନ୍ଧୁ ଭୋଇ ସମାଜରେ କନ୍ୟା ସନ୍ତାନ ମାନଙ୍କର ଆବଶ୍ୟକତା ଓ ଭୂମିକା ବ୍ୟାଖ୍ୟା କରିବା ସହ ପୁଅ ଜନ୍ମ ହେଲେ ଭାଗ୍ୟ ଓ ଝିଅ ଜନ୍ମ ହେଲେ ସୌଭାଗ୍ୟ ବୋଲି କହିବା ସହିତ କନ୍ୟା ସନ୍ତାନ ମାନଙ୍କ ପାଇଁ ସୁରକ୍ଷା ସରକାରଙ୍କ ଦ୍ଵାରା ପ୍ରଣୟନ କରାଯାଇଥିବା ନୀତି ନିୟମ ଓ କାର୍ଯକ୍ରମ ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ବୃନ୍ଦଗଣ ଶିଶୁ ସୁରକ୍ଷା ବାଳିକା ମାନଙ୍କ ପାଇଁ ଥିବା ବିଭିନ୍ନ ଯୋଜନା , ସାଂପ୍ରତିକ ସମାଜରେ ବାଳିକା ଙ୍କ ବିକାଶ ଉପରେ ଆଲୋଚନା କରିଥିଲେ । ଉକ୍ତ କାର୍ଯକ୍ରମ ରେ ଜିଲ୍ଲା ର ସମସ୍ତ ବ୍ଲକ, ମ୍ୟୁନିସିପାଲଟି ର କିଶୋରୀ ବାଳିକା , ସଖି ସହେଲୀ ବାଳିକା ,ଅଙ୍ଗନୱାଡ଼ି କର୍ମୀ, ସିଡ଼ିପିଓ, ସୁପରଭାଇଜର, ୱାନ ଷ୍ଟପ ସେଣ୍ଟର କର୍ମକର୍ତ୍ତା, ସକ୍ତିସଦନ କର୍ମକର୍ତ୍ତା ଯୋଗଦାନ କରିଥିଲେ। କାର୍ଯକ୍ରମ ରେ କିଶୋରୀ ବାଳିକା ମାନଙ୍କ ଦ୍ଵାରା ନୃତ୍ୟ,ସଙ୍ଗୀତ, କୁଇଜ୍,ବକୃତା, ପ୍ରତିଯୋଗିତା କରାଯାଇଥିଲା। ପ୍ରତିଯୋଗିତାରେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କିଶୋରୀ ବାଳିକା ମାନଙ୍କ ପୁରସ୍କୃତ କରାଯାଇଥିଲା। କିଶୋରୀ ବାଳିକା ମାନଙ୍କ ଦ୍ଵାରା ମୋ ସ୍ୱର, ମୁ ଭବିଷ୍ୟତ ରେ କଣ ହେବି ଉପରେ ନିଜ ମତ ଓ ସ୍ୱାକ୍ଷର ଅଭିଯାନ ରେ ସମସ୍ତେ ନିଜ ସ୍ୱର ପ୍ରତିପାଦନ କରିଥିଲେ। ସଭା ଶେଷରେ ମହିଳା ସୁରକ୍ଷା ପ୍ରଦାନ ଅଧିକାରୀ ଶ୍ରୀମତୀ ଯାଜ୍ଞସେନୀ ମହାନନ୍ଦ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଜିଲ୍ଲା ମହିଳା ସଶକ୍ତିକରଣ ବିଭାଗର ସମସ୍ତ କର୍ମକର୍ତ୍ତା ମାନେ କାର୍ଯକ୍ରମ କୁ ସହଯୋଗ କରିଥିଲେ।

Leave A Reply

Your email address will not be published.