ବିଦ୍ୟାଳୟରେ ତହସିଲଦାରଙ୍କ ଦ୍ବାରା ପୋଷାକ ବିତରଣ

4

ବିଦ୍ୟୁତ ସଂଯୋଗ ପାଇଁ ତହସିଲଦାରଙ୍କ ସହଯୋଗ ଲୋଡ଼ିଲେ ପରିଚାଳନା କମିଟି,

ଓଡ଼ଗାଁ,୧୧।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ୍ ଆଞ୍ଚଳିକ ସାଧନକେନ୍ଦ୍ରର କଦଳୀବନ୍ଧ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ତହସିଲଦାର ତଥା କାର୍ଯ୍ୟନିର୍ବାହୀ ଦଣ୍ଡାଧିକାରୀ ଡ. ମାନସ ରଞ୍ଜନ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁଇ ସେଟ୍ ଗଣପୋଷାକ ସହିତ ଅନ୍ୟାନ୍ୟ ସରଞ୍ଜାମ ଛାତ୍ରଛାତ୍ରୀମାନଙ୍କୁ ବଣ୍ଟନ କରିଛନ୍ତି ।ବିଦ୍ୟାଳୟର ସବୁଜିମା ବଗିଚା, ଶ୍ରେଣୀ କକ୍ଷ ଗୁଡ଼ିକରେ ଅଦରକାରୀ ଜିନିଷରେ ହାତତିଆରି ଶିକ୍ଷଣସାମଗ୍ରୀ ଓ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥାକୁ ତହସିଲଦାର ପ୍ରଶଂସା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ନରେଶ ପାଣିଗ୍ରାହୀ, ଅବସରପ୍ରାପ୍ତ ଶିକ୍ଷକ ପ୍ରକୃତିବନ୍ଧୁ ପଞ୍ଚାନନ ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ମିନତୀ ଡାକୁଆଙ୍କ ପ୍ରଚେଷ୍ଟା ସତ୍ତ୍ବେ ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ ହୋଇ ପାରୁନଥିବା ଯୋଗୁଁ ଛାତ୍ର ଛାତ୍ରୀ ମାନେ ଶ୍ରେଣୀ ଗୃହରେ ଶିକ୍ଷଣକାର୍ଯ୍ୟ କରିବାରେ କଷ୍ଟ ଅନୁଭବ କରୁଛନ୍ତି । ଏବଂ ବିଦ୍ୟାଳୟ ମୁଖ୍ୟ ଫାଟକ ଠାରୁ ବିଦ୍ୟାଳୟ ମଧ୍ୟକୁ ପକ୍କା ରାସ୍ତାର ଅଭାବ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଅସୁବିଧା ସୃଷ୍ଟି କରୁଛି । ଉପରୋକ୍ତ ସମସ୍ୟାଗୁଡିକର ସମାଧାନ ପାଇଁ ଆଜିର କାର୍ଯ୍ୟକ୍ରମ ଅବସରରେ କମିଟି ସଭ୍ୟସଭ୍ୟା ମାନେ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ରଞ୍ଜନ କୁମାର ଦାଶ ସମସ୍ତ କାର୍ଯ୍ୟ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ରୀତାପଣ୍ଡା ସହଯୋଗ କରିଥିଲେ।

Leave A Reply

Your email address will not be published.