ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବର୍ତ୍ତମାନ ବିଭିନ୍ନ ଗ୍ରାମରେ ମାଆ ଗଜଲକ୍ଷ୍ମୀ ଙ୍କ ପୂଜା ବହୁ ଆଡମ୍ବରରେ ଚାଲିଥିବା ବେଳେ ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ଆଜି ବିଭିନ୍ନ ପୂଜା ମଣ୍ଡପ ବୁଲି ମାଆଙ୍କ ଆଶୀର୍ବାଦ ଭିକ୍ଷା କରିବା ସହିତ ଅଞ୍ଚଳବାସୀଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି I ଆଜି ପୂର୍ବତନ ବିଧାୟକ ଶ୍ରୀ ସ୍ୱାଇଁ ଗୋବରା ମୁଖ୍ୟ ସଡକରେ ଅନୁଷ୍ଠିତ ଗଜଲକ୍ଷ୍ମୀ ପୂଜା ମଣ୍ଡପରେ ମାଆଙ୍କ ଦର୍ଶନ କରିଥିଲେ I ଏହି ଅବସରରେ ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ରଙ୍କ ସହିତ ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷା ମମତା ଭୋଳ, ବଡ଼ ବୋର୍ସିଂ ସରପଞ୍ଚ ଏସ୍ ରାମେଶ୍ଵର ପାତ୍ର, ଜିଲ୍ଲାପରିଷଦ ସଭ୍ୟା ପୂର୍ଣ୍ଣବାସୀ ନାୟକ, ପୂର୍ବତନ ସରପଞ୍ଚ ଚନ୍ଦ୍ରଶେଖର ନାୟକ, ଗୋବରା ସମିତିସଭ୍ୟ ବିଭୂପାଦ ଜେନା, ପୂର୍ବତନ ସରପଞ୍ଚ ସୀମାଞ୍ଚଳ ବିଷୋୟୀଙ୍କ ସମେତ ବହୁ ୱାର୍ଡ଼ ମେମ୍ବର, ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ I ପୂର୍ବତନ ବିଧାୟକ ଶ୍ରୀ ସ୍ୱାଇଁ ଗ୍ରାମର ମଙ୍ଗଳ କାମନା କରିବା ସହିତ ଉପସ୍ଥିତ ଜନ ସାଧରଣଙ୍କ ସହିତ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ I ଏହାସହିତ ସେ ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଗ୍ରାମରେ ଅନୁଷ୍ଠିତ ପୂଜାମଣ୍ଡପରେ ମଧ୍ୟ ମାଆ ଗଜଲକ୍ଷ୍ମୀଙ୍କ ଦର୍ଶନ କରିଥିଲେ I
Sign in
Sign in
Recover your password.
A password will be e-mailed to you.