ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ୨୦୨୫ ପାଳିତ

4

ଜଗତସିଂହପୁର, ତା ୧୧.୧୦.୨୦୨୫ /ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ଜଗତସିଂହପୁର ସଦର ମହକୁମା ସ୍ଥିତ ନିମାଇଁ ଭବନ ଠାରେ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ଜିଲ୍ଲା ସମାଜ ମଙ୍ଗଳ ଉପବିଭାଗ ଜଗତସିଂହପୁର ଦ୍ଵାରା ପାଳିତ ହୋଇଯାଇଛି । ନୂଆ ଚେତନା ନୂଆ ଭାବନା ରେ ନୂଆ ସୃଜନର ଧ୍ଵଜା ଧାରିଣୀ ଆମ ଝିଅଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଓ ଶିକ୍ଷା ପାଇଁ ପ୍ରତିଶୃତି ବଦ୍ଧ ଓଡ଼ିଶା ସରକାରଙ୍କର ଏହା ଏକ ପ୍ରୟାସ ଅଟେ।
ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ତରାଇ, ନିମନ୍ତ୍ରିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ବିଷ୍ଣୁପ୍ରିୟା ସେଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ କାହ୍ନୁ ଚରଣ ରାଉତ, ଅବସର ପ୍ରାପ୍ତ ଶିକ୍ଷୟତ୍ରୀ ତଥା ଶିଶୁ ସାହିତ୍ୟିକା ଶ୍ରୀମତୀ ଜ୍ୟୋତିର୍ମୟୀ ମହାନ୍ତି ଓ ଅବସର ପ୍ରାପ୍ତ ବିଜ୍ଞାନ ପରିଦର୍ଶକ ଶ୍ରୀଯୁକ୍ତ ସୁଭାଷ ଚନ୍ଦ୍ର ରାଉତ, ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, କ୍ଷେତ୍ର ପରିଦର୍ଶିକା ଆଦି ଯୋଗଦେଇ ଉପସ୍ଥିତ ଥିବା କିଶୋରୀ ବାଳିକା, ଅଙ୍ଗନବାଡ଼ି କର୍ମୀ, ଅଦ୍ୱିକା କିଶୋରୀମାନଙ୍କୁ ଉଦବୋଧନ ପ୍ରଦାନ କରିଥିଲେ। ବାଲ୍ୟ ବିବାହ ନିରୋଧ, କନ୍ୟା ଭ୍ରୁଣ ହତ୍ୟାରୁ ନିବୃତ ରହିବା ଝିଅ ମାନଙ୍କୁ ଶିକ୍ଷିତ କରିବା, ସ୍ଵାଧୀନତା ଓ ସୁରକ୍ଷା ପ୍ରଦାନ କଲେ ସେମାନେ ସମାଜରେ ଉପଯୁକ୍ତ ସମ୍ମାନର ଅଧିକାରିଣୀ ହେବା ସହିତ ସୁସ୍ଥ ଓ ବିକଶିତ ସମାଜ ଗଠନରେ ସହାୟକ ହୋଇପାରିବେ ବୋଲି ମତ ପ୍ରକାଶ କରିଥିଲେ ।ପ୍ରଥମେ ବିଭିନ୍ନ ବ୍ଲକ ରୁ ଆସିଥିବା କିଶୋରୀ ବାଳିକାମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ଜଣା ଅଜଣା, ସଙ୍ଗୀତ ନୃତ୍ୟ ଇତ୍ୟାଦି ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ପରିଶେଷରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ DSWO,HUB, MAMATA, POSHANA, One stop centre ର କର୍ମ କର୍ତ୍ତା ମାନେ ଉପସ୍ଥିତରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ଓ ସର୍ବ ଶେଷରେ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ରମଣୀ ଲାକ୍ରା ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.