ନବରଙ୍ଗପୁର : ୧୧.୧୦.୨୦୨୫: ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ କରକମଳରେ ଦୁଇଟି ନୂତନ ଯୋଜନା ପ୍ରଧାନମନ୍ତ୍ରୀ ଧନ ଧାନ୍ୟ କୃଷି ଯୋଜନା ଓ ଡାଲି ଜାତୀୟ ଫସଲ ଆତ୍ମ ନିର୍ଭରତା ମିଶନ ପାଇଁ ଜାତୀୟ ଅଭିଯାନର ଶୁଭାରମ୍ଭ ହୋଇଥିଲା। ଏହି ସମାରୋହର ସିଧା ପ୍ରସାରଣ ମିଶନ ଶକ୍ତି ସମ୍ମିଳନୀ କକ୍ଷ, ନବରଙ୍ଗପୁରରେ ଆୟୋଜିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନନୀୟ ରାଜ୍ୟସଭା ସାଂସଦ ଶ୍ରୀ ମୁଜିବୁଲ୍ଲା ଖାନ ଯୋଗ ଦେଇଥିଲେ ଏବଂ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ବିରଞ୍ଚି ନାରାୟଣ ଦର ୱାନ,ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର , ନବରଙ୍ଗପୁରବିଧାୟକ ପ୍ରତିନିଧି ଦେବଦାସ ମହାକୁଣ୍ଡ , ସି ଡି ଏ ଓ ସୁଧୀର ରଞ୍ଜନ ବେହେରା, ଡି ଏସ ଏସ ଓ ସୁଧାଂଶୁ ପାତ୍ର, ଡି ଆଇ ପି ଆର୍ ଓ ମନୋଜ ବେହେରା, ଜିଲ୍ଲା ସ୍ତରୀୟ ଅଧିକାରୀ ,ବୈଜ୍ଞାନିକ, କୃଷି ବିଜ୍ଞାନ କେନ୍ଦ୍ର ଏବଂ କୃଷି ବିଭାଗ, ଜଙ୍ଗଲ ବିଭାଗ, ପଶୁସମ୍ପଦ ବିଭାଗ, ଉଦ୍ୟାନ ବିଭାଗ, ଜଳସମ୍ପଦ ବିଭାଗର ଅଧିକାରୀମାନେ ଯୋଗଦାନ କରିଥିଲେ। ସମସ୍ତ ବିଭାଗ ତରଫରୁ ସର୍ବମୋଟ ୧୫୦ ଜଣ ଚାଷୀ ଯୋଗଦାନ କରିଥିଲେ। ମୁଖ୍ୟ ଅତିଥି ମହୋଦୟ ଚାଷୀ ମାନଙ୍କୁ ସମ୍ବୋଧିତ କରି ଏହି ଯୋଜନା ବିଷୟରେ ଏବଂ ଚାଷୀମାନେ ସମ୍ମୁଖୀନ ହୋଇଥିବା ଅନ୍ୟାନ୍ୟ ଅସୁବିଧା ବିଷୟରେ ଆଲୋଚନା କରିଥିଲେ।ଏହି ଯୋଜନା କୃଷକ ମାନଙ୍କ ଆର୍ଥିକ ଅଭିବୃଦ୍ଧି ରେ ସହାୟକ ହେବା ସଙ୍ଗେ ସଙ୍ଗେ ଦେଶରେ କୃଷି କ୍ଷେତ୍ର ରେ ବୈପ୍ଲବିକ ପରିବର୍ତ୍ତନ ସୃଷ୍ଟି ହେବ।ବର୍ତ୍ତମାନ ଓଡ଼ିଶା ରାଜ୍ୟରେ ୪ ଟି ଜିଲ୍ଲା ମାଲକାନଗିରି,କନ୍ଧମାଳ,ନୂଆପଡ଼ା,ସୁନ୍ଦରଗଡ ରେ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି।
Sign in
Sign in
Recover your password.
A password will be e-mailed to you.
Next Post