କଳିଙ୍ଗ ବାଲିଯାତ୍ରା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଆବେଦନ ପତ୍ର ଦାଖଲ

3

ଜଗତସିଂହପୁର,ତା-୧୦.୧୦.୨୦୨୫/ସୁମନ୍ତ କୁମାର ଦାସ: ଏତଦ୍ବାରା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଜଣାଇ ଦିଆ ଯାଉଅଛି ଯେ, ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ଯ କଳିଙ୍ଗ ବାଲିଯାତ୍ରା ଉତ୍ସବ,୨୦୨୫ ତା.୦୪.୧୧.୨୦୨୫ ରିଖ ଠାରୁ ତା. ୧୦.୧୧.୨୦୨୫ ରିଖ ପର୍ଯ୍ୟନ୍ତ ପାରାଦ୍ବୀପ ସମୁଦ୍ର ବେଳାଭୂମି ବାଲିଯାତ୍ରା ପଡିଆ ଠାରେ ମହା ସମାରୋହରେ ରେ ପାଳିତ କରାଯିବ। ଏହି ଅବସରରେ ପ୍ରତିଦିନ ସନ୍ଧ୍ୟା ରେ ବାଲିଯାତ୍ରା ମଞ୍ଚ ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର ବ୍ୟବସ୍ଥା ରହିଛି | ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭାଗ ନେବା ପାଇଁ ଇଛୁକ ବ୍ୟକ୍ତି ବିଶେଷ/ଅନୁଷ୍ଠାନ ମାନେ ତା ୨୦.୧୦.୨୦୨୫ ରିଖ ମଧ୍ଯରେ ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ବୀପ ଙ୍କ କାର୍ଯ୍ୟାଳୟ ରେ ଆବେଦନ ପତ୍ର ଦାଖଲ କରିପାରିବେ।ପ୍ରକାଶ ଥାଉକି ତା.୨୦.୧୦.୨୦୨୫ ରିଖ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କୌଣସି ଆବେଦନ ପତ୍ର ଗ୍ରହଣ କରାଯିବ ନାହିଁ।

Leave A Reply

Your email address will not be published.