ନବରଙ୍ଗପୁର, ୧୦/୧୦/୨୦୨୫: ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଓ ଜିଲ୍ଲା ସ୍ବାସ୍ଥ୍ୟ ସମିତି ନବରଙ୍ଗପୁର ର ମିଳିତ ଆନୁକୁଲ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନବରଙ୍ଗପୁର ସମ୍ମିଳନୀ କକ୍ଷରେ ବିଶ୍ଵ ମାନସିକସ୍ୱାସ୍ଥ୍ୟ ଦିବସ କୁ ନେଇ ଏକ ସଭା ଓ ଆଇନ ସଚେତନତା ଶିବିର ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜର୍ଜ ଶ୍ରୀଯୁକ୍ତ ସୁବ୍ରତ ମହାନ୍ତିଙ୍କ ନିର୍ଦେଶ କ୍ରମେ ଆୟୋଜିତ ହୋଇଥିଲା । ଏଠାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ସଚିବ ଶ୍ରୀମତୀ ଶାଶ୍ଵତୀ ମିଶ୍ର ଯୋଗ ଦେଇଥିଲେ।ବୈଠକରେ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ସନ୍ତୋଷ କୁମାର ପଣ୍ଡା, ଡକ୍ଟର ଏନ ରବି ବାବୁ, ଡକ୍ଟର ସମଳେଇ ପ୍ରସାଦ ପଣ୍ଡା, ଶ୍ରୀ ଶଙ୍କର ଆଚାର୍ଯ, ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା,ଡି. ପି .ଏମ, (ଏନ୍ ଏଚ ଏମ)ନବରଙ୍ଗପୁର, ଶ୍ରୀ ରାଜ କିଶୋର ନାଗ, ଉପ ମୁଖ୍ୟ ଆଈନ ଗତ ସହାୟତା ପ୍ରତିରକ୍ଷା ପରାମର୍ଶଦାତା, ନବରଙ୍ଗପୁର, ଶ୍ରୀମତୀ କିଶୋରୀ ପଟ୍ଟନାୟକ, ଆଇନଜୀବି ନବରଙ୍ଗପୁର ଶ୍ରୀମତୀ ରାକ୍ଷୀ ଜୈନ,ସହାୟକ ଆଈନ ଗତ ସହାୟତା ପ୍ରତିରକ୍ଷା ପରାମର୍ଶଦାତା, ନବରଙ୍ଗପୁର, ମିସ ସୁଶ୍ରୀ ସମ୍ୟକ ନନ୍ଦ, କ୍ଲିନିକାଲ ମନସ୍ତତ୍ଵବିତ, ନବରଙ୍ଗପୁର , ନବରଙ୍ଗପୁର ନର୍ସିଂ କଲେଜ ର ଛାତ୍ରୀ,ବିଭିନ୍ନ ବ୍ଲକ ର ପାରା ଲିଗାଲ ସ୍ବେଛାସେବୀଗଣ ପ୍ରମୁଖ ଭାଗ ନେଇଥିଲେ । ପ୍ରଥମେ ଜିଲ୍ଲାମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ସନ୍ତୋଷ କୁମାର ପଣ୍ଡା ବିଶ୍ବ ମାନସିକ ସ୍ଵାସ୍ଥ୍ୟ ଦିବସ ଅବସରରେ ମାନସିକ ରୋଗର କାରଣ ,ଏହାର ନିରାକରଣ ଓ ଉପଚାର,ମାଗଣା ଔଷଧ ବିତରଣ,ଏବଂ ବୌଦ୍ଧିକ ଅକ୍ଷମତା ଥିବା ବ୍ୟକ୍ତିଙ୍କୁ ସହାୟତା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ । ସ୍ବାସ୍ଥ୍ୟ ବିଭାଗ ର ମନସ୍ତ୍ଵତବିତ୍ ପି ପି ଟି ମାଧ୍ୟମରେ ଗୃହରେ ମାନସିକ ରୋଗର ଲକ୍ଷଣ,ନିରାକରଣ, ସ୍ଵାସ୍ଥ୍ୟ ବିଭାଗ ତରଫରୁ ଚିକିତ୍ସା ଉପରେ ପ୍ରାଞ୍ଜଳ ଭାବେ ସମସ୍ତଙ୍କୁ ଅବଗତ କରାଇଥିଲେ। ମୁଖ୍ୟ ଅତିଥି ମାନସିକ ରୋଗର ପୀଡ଼ିତ ବ୍ୟକ୍ତି ଓ ବିଭିନ୍ନ ଆଈନ ବିଷୟ ନେଇ ସଚେତନ କରିଥିଲେ। ବୈଠକ ରେ ସାଂପ୍ରତିକ ସମୟରେ ମାନସିକ ସ୍ଵାସ୍ଥ୍ୟ ବଜାୟ ରଖିବା ପାଇଁ ନିୟମିତ ଯୋଗ,ଶାରୀରିକ ବ୍ୟାୟାମ, ଆଧ୍ୟାତ୍ମିକତା,ଯଥେଷ୍ଟ ନିଦ୍ରା, ଗୋଷ୍ଠି ଓ ପରିବାର ର ସହଯୋଗ, ଅବସାଦ ଓ ଅସହାୟତା କୁ ଦୂରୀକରଣ ନିମନ୍ତେ ପ୍ରୟାସ କୁ ଗୁରୁତ୍ବ ଦେବାକୁ ମତ ପ୍ରକାଶ ପାଇଥିଲା।ପରିଶେଷରେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜିଲ୍ଲା କାର୍ଯ୍ୟକାରୀ ସଞ୍ଚାଳକ, ଶ୍ରୀ ଶଙ୍କର ଆଚାଜ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ନବରଙ୍ଗପୁର ମିଳିତ ଭାବେ ପରିଚାଳନା କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.
Next Post