ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ନାରାୟଣପୁର ସ୍ଥିତ ସରକାରୀ ନିଳମଣୀ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଗଜପତି ଜିଲ୍ଲା ବିଦ୍ୟାଳୟ ସମୁହ ଭଲିବଲ ଚୟନ ଶିବିର ଉଦଘାଟନ ହୋଇଯାଇଛି।
ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଫାଲଗୁନି ମାଝି , ସମ୍ମାନୀତ ଅତିଥି ଭାବେ ଆସିଷ୍ଟଣ୍ଟ . ଜି ଏସ୍ ଟି ଅଫିସର ଅକ୍ଷୟ କୁମାର ମିଶ୍ର , ମୁଖ୍ୟବକ୍ତା ଭାବେ ଜିଲ୍ଲା ଶିକ୍ଷାଧିକାରୀ ଡ଼.ମାୟାଧର ସାହୁ , ଭାରପ୍ରାପ୍ତ ଜିଲ୍ଲା ଶାରୀରିକ ଶିକ୍ଷାଧିକାରୀ ସୁରେନ୍ଦ୍ର କୁମାର ପାତ୍ର , ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଆମ୍ପୁଲ ରବି କୁମାର , ରାୟଗଡ ଉଚ୍ଚ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ମନୋଜ କୁମାର ବେହେରା ପ୍ରମୁଖ ମଞ୍ଚାସୀନ ଥିବା ବେଳେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପି.ମେନକା ରାଓ ସଭାପତିତ୍ୱ କାର୍ଯ୍ୟ ତୁଲାଇଥିଲେ।
ଆୟୋଜିତ ଚୟନ ଶିବିରରେ ମୋଟ ୧୩୨ ଜଣ ବାଳକ ଓ ୭୨ ଜଣ ବାଳିକା ଏବଂ ୬୦ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀ ଭାଗ ନେଇଥିଲେ। ଏଥିରୁ ୧୨ ଜଣ ଚୟନ ହୋଇଛନ୍ତି। ଆସନ୍ତା ୧୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ଭଦ୍ରକ ଠାରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ।
ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷା ଶିକ୍ଷକ ପ୍ରିୟଦର୍ଶୀ ମିଶ୍ର , ପରିଚାଳନା କରିଥିବା ବେଳେ କ୍ରୀଡା ଶିକ୍ଷକ ସନ୍ତୋଷ ପ୍ରସାଦ ପଣ୍ଡା , ପ୍ରଦୀପ ସାମଲ , ଅନୁଜ ପ୍ରଧାନ , ଧିରେନ୍ଦ୍ର ସାମଲ , ବେବବ୍ରତ୍ତ ପରିଡା , ଅଭିମନ୍ୟୁ ଗମାଙ୍ଗ , କିଶୋର ସାମଲ , ଶିବରାମ ଭୂୟାଁ , ରେଖାରାଣୀ ଦେଓ ,ଅମିର କାର୍ଯ୍ୟୀ , ଦର୍ଶିକା ପଟ୍ଟନାୟକ ପ୍ରମୁଖ କ୍ରୀଡା ପରିଚାଳନା କରିଥିଲେ। ଶେଷରେ ସଭାପତି ପି.ମେନକା ରାଓ ଧନ୍ୟବାଦ ଅର୍ପଣ କରି ଉଦଯାପନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post