୭୧ତମ ବନ୍ୟପ୍ରାଣୀ ସପ୍ତାହର ଉଦ୍ ଯାପନୀ ଦିବସ ରେ ମାଲକାନଗିରି ବନ ବିଭାଗ ତରଫରୁ ସଚେତନତା ରଥ ର ଉଦ୍ଘାଟନ ।

3

 ମାଲକାନଗିରି ତା. ୦୮/୧୦ ଆଜି ୭୧ତମ ବନ୍ୟପ୍ରାଣୀ ସପ୍ତାହର ଉଦଯାପନୀ ଦିବସରେ ମାଲକାନଗିରି ଜିଲ୍ଲା ବନବିଭାଗ ତରଫରୁ ଜିଲ୍ଲାସ୍ତରୀୟ ବନ୍ୟପ୍ରାଣୀ ସପ୍ତାହର ଶେଷ ଦିବସ ରେ ପୂର୍ବାହ୍ନ ୯ ଘଣ୍ଟିକା ସମୟରେ ଖଣ୍ଡୀୟ ବନାଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଏକ ସଚେତନତା ରଥର ଖଣ୍ଡୀୟ ବନାଧିକାରୀ ସାଇ କିରଣ ଡି.ଏନ୍‌. ଉଦ୍ଘାଟନ କରିଥିଲ। ଏହି ରଥରେ ବନ୍ୟଜନ୍ତୁଙ୍କ ସମ୍ବନ୍ଧରେ ଡକୁମେଂଟାରୀ ଭିଡିଓ ସୋ ମାଧ୍ୟମରେ ପ୍ରଥମେ ଗନ୍ଧିପାଲ୍ଲୀ ଆଦର୍ଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବା ସହ ପରେ ପରେ ଏମ୍‌.ଭି. ୭ ଜଗନ୍ନାଥପାଲ୍ଲୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରା ଯାଇଥିଲା। ଆଗାମୀ ଦିନରେ ବନାଂଚଳରେ ବସବାସ କରୁଥିବା ଜନସାଧାରଣ ଯେପରି ଜଙ୍ଗଲ ସୁରକ୍ଷା ସହ ବନ୍ୟଜନ୍ତୁଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ ଦେବେ ସେଥିପ୍ରତି ଛାତ୍ରଛାତ୍ରୀ, ଅଭିଭାବକ ନିଜ ଗ୍ରାମକୁ ଯାଇ ସଚେତନ କରାଇବେ । ଏହି ଡକୁମେଂଟରୀ ଭିଡିଓ ସୋ କୁ ଦେଖି ଛାତ୍ରଛାତ୍ରୀ ମାନେ ବନ୍ୟପ୍ରାଣୀଙ୍କ ସମ୍ବନ୍ଧରେ ଅନେକ କିଛି ଜ୍ଞାନ ଆରୋହଣ କରିଥିବା ପ୍ରକାଶ କରିଥିଲେ । ଏହି ଖଣ୍ଡିୟ ବନାଧିକାରୀଙ୍କ ବ୍ୟତୀତ ସହକାରୀ ବନ ସଂରକ୍ଷକ ମୁନସୁନ ଖେମୁଣ୍ଡୁ, ପ୍ରିୟଙ୍କା ମହୁକାଙ୍କ ସହ ଭୁବନେଶ୍ୱର ରିସର୍ଚ ଫେଲ ସେଂଟର ଫର ୱାଇଲ୍ଡ ଲାଇଫ୍ ରୁ ଆସିଥିବା ପ୍ରଶିକ୍ଷକ ଆକାଶ ପ୍ରଧାନ, ଆୟୁସି ବନ୍ଦୋପଧ୍ୟାୟ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମାଲକାନଗିରି ବନାଂଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତ ପରିଚାଳନା କରିଥିଲେ ।

Leave A Reply

Your email address will not be published.