ବରିଷ୍ଠ ଆଇନଜୀବୀ ପିତବାସ ପଣ୍ଡାଙ୍କ ଜଘନ୍ୟ ହତ୍ୟା ପ୍ରତିବାଦରେ ଓଡ଼ଗାଁ ବାର ଆସୋସିଏସନ ତରଫରୁ କଲମ ଛାଡ଼ ଆନ୍ଦୋଳନ

3

ଓଡ଼ଗାଁ,୮।୧୦(ଶ୍ରୀକାନ୍ତ କୁମାର ମିଶ୍ର): ବହୁ ଚର୍ଚ୍ଚିତ ବ୍ରହ୍ମପୁରର ବରିଷ୍ଠ ଆଇନଜୀବୀ ଏବଂ ଓଡ଼ିଶା ରାଜ୍ୟ ବାର କାଉନସିଲର ଅନ୍ୟତମ ସଦସ୍ୟ ପିତବାସ ପଣ୍ଡାଙ୍କୁ ଆଶ୍ଚର୍ଯ୍ୟଜନକ ଭାବେ ଜଘନ୍ୟ ହତ୍ୟାକାଣ୍ଡ ଘଟାଇ ଥିବା ପ୍ରତିବାଦରେ ଓଡ଼ିଶା ରାଜ୍ୟ ବାର କାଉନସିଲ ଦ୍ବାରା ଜାରି ନିଷ୍ପତ୍ତି ଅନୁସାରେ ୪୮ ଘଣ୍ଟା ମଧ୍ୟରେ ଅପରାଧୀ ମାନଙ୍କୁ ଗିରଫ କରିବା, ଆଇନଜୀବୀ ସୁରକ୍ଷା ଆଇନ ଲାଗୁ କରିବା ଏବଂ ସ୍ବର୍ଗତ ପଣ୍ଡାଙ୍କ ପରିବାରକୁ ୧କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବାକୁ ସମର୍ଥନ କରି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବାର ଆସୋସିଏସନ ତରଫରୁ ବୁଧବାର ଦିନକ ପାଇଁ ଆଇନଜୀବୀ ମାନେ କଲମଛାଡ ଆନ୍ଦୋଳନ କରିଥିଲେ। ବୁଧବାର ସକାଳ ୧୦ ବେଳେ ଓଡ଼ଗାଁ ଅଦାଲତ ପରିସରରେ ଥିବା ବାର ଆସୋସିଏସନ ହଲରେ ଆଇନଜୀବୀ ମାନେ ଏକତ୍ରିତ ହୋଇ ସ୍ବର୍ଗତ ପୀତବାସ ପଣ୍ଡାଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ।ଏବଂ ସର୍ବସମ୍ମତିକ୍ରମେ କଲମଛାଡ ପାଇଁ ନିଷ୍ପତ୍ତି ନେଇ ଅଦାଲତଙ୍କ ଅବଗତି ନିମନ୍ତେ ସମସ୍ତ ମାଜିଷ୍ଟ୍ରେଟଙ୍କୁ ସୂଚନା ପ୍ରଦାନ କରିଥିଲେ।ଆଜି ଦିନକ ପାଇଁ କୋଟକାର୍ଯ୍ୟ ଅଚଳ ରହିଥିଲା।ବାର ଆସୋସିଏସନର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ଉପସଭାପତି ଯଜ୍ଞ ନାରାୟଣ ପାତ୍ର, ସମ୍ପାଦକ ବଟକୃଷ୍ଣ ମିଶ୍ର, ସରକାରୀ ଅଧିବକ୍ତା ଇନ୍ଦୁ ଭୁଷଣ ମିଶ୍ର, ପ୍ରମୋଦ ବିଶ୍ବାଳ, ବରିଷ୍ଠ ଆଇନଜୀବୀ ଗୋବିନ୍ଦ ଚନ୍ଦ୍ର ସାହୁ,ପବିତ୍ର ମୋହନ ସାହୁ,ଚିରଞ୍ଜିବୀ ଦାସ,ସୁବାସ ଚନ୍ଦ୍ର ପାତ୍ର ପ୍ରମୁଖଙ୍କ ସହିତ ଅନ୍ୟ ଆଇନଜୀବୀମାନେ କଲମଛାଡ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ।

Leave A Reply

Your email address will not be published.