ଲୋକଙ୍କ ଅଭିଯୋଗ: “ଚାଉଳ ହେରଫେରରେ ମାଷ୍ଟର ମାଇଣ୍ଡ ଯୋଗାଣ ସହାୟକ”

2

ବଲାଙ୍ଗିର,ଘନଶ୍ୟାମ ନାଗ (ବିଶେଷ ପ୍ରତିନିଧି):- ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଜୁ୍ରାବନ୍ଧ ପଞ୍ଚାୟତରେ କାର୍ଯ୍ୟରତ ଯୋଗାଣ ସହାୟକ ଦାଦନ ଯାଉଥିବା ପରିବାରର ପି ଡି ଏସ ଚାଉଳ ଓ ମୃତ୍ୟୁ ବରଣ କରୁଥିବା ହିତାଧିକାରୀମାନଙ୍କ ପି ଡି ଏସ ଚାଉଳକୁ ମହାଘୋଟଲା କରି ହେରଫେର କରିଥିବା ଜୁ୍ରାବନ୍ଧ ପଞ୍ଚାୟତ ବାସୀ ଅଭିଯୋଗ ଆଣିଛନ୍ତି। ଏହି ସାଧୁ ମାହାତ୍ମ୍ୟ ଜଣକ ବିଭାଗୀୟ ଅଧିକାରୀଙ୍କ ଆଖି ସାମ୍ନାରେ ଏତେ ସଚ୍ଚୋଟ ପଣିଆ ଦେଖାଇଲେ ଯେ ତାଙ୍କ କାର୍ଯ୍ୟରେ ମନମୁଗ୍ଧ ହୋଇ ଗୋଟିଏ ଜାଗା ବଦଳରେ ଦୁଇ ଦୁଇଟି ପଞ୍ଚାୟତର କାର୍ଯ୍ୟଭାର ତୁଲାଇବା ପାଇଁ ଅନୁମତି ଦେଇଛନ୍ତି। ଲୋକଙ୍କ କହିବା ଅନୁଯାୟୀ ଏହି ସାଧୁ ଜଣକ ନିଜ ପଞ୍ଚାୟତ ଜୁ୍ରାବନ୍ଧରେ ତାଙ୍କ ସାନଭାଇକୁ ବେଆଇନ ଭାବେ ଇନଚାର୍ଜ କରି ନିଜେ ଅନ୍ୟ ପଞ୍ଚାୟତ ଦେଖୁଛନ୍ତି l ଅଭିଯୋଗ ହେଲେ ମଧ୍ୟ କାହାରିକୁ ଭୃକ୍ଷେପ ନକରି ଦୁଇ ଗୋଟି ପଞ୍ଚାୟତରେ ନିୟମିତ ଭାବେ ଲୁଟିଚାଲିଛନ୍ତି l ଏହି କୁକାର୍ଯ୍ୟକୁ ନେଇ ବାରମ୍ବାର ଜିଲ୍ଲା ତଥା ବ୍ଲକ ପ୍ରଶାସନର ଦୃଷ୍ଟିଗୋଚର କରିଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ l ଏଣୁ ସମସ୍ତେ ମିଳିଭଗତ ଭାବେ ଭାଗବଣ୍ଟା କରି ଗରିବ ଲୋକଙ୍କ ନାଁରେ ଆସୁଥିବା ଚାଉଳକୁ ଆତ୍ମସାତ କରୁଛନ୍ତି ବୋଲି ଲୋକେ ସନ୍ଦେହ କରିବା ସ୍ୱାଭାବିକ l ଗତ ପାଞ୍ଚ ବର୍ଷର ସବିଶେଷ ବିବରଣୀ ସୂଚନା ଆଇନ ଅନୁସାରେ ମାଗିଲେ ଆତ୍ମସାତ କରିଥିବା ସମସ୍ତ ତଥ୍ୟ ଲୋକଲୋଚନକୁ ଆସିବ। ଲୋକଙ୍କ ଅଭିଯୋଗକୁ ଆଧାର କରି ଜିଲ୍ଲା ଖାଉଟି ଅଧିକାରୀ, ଜୁ୍ରାବନ୍ଧ ପଞ୍ଚାୟତର ଯୋଗାଣ ସହାୟକର କୁକର୍ମ ଉପରେ ଟିକି ନିଖି ତଦନ୍ତ କରି ଉଚିତ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି।

Leave A Reply

Your email address will not be published.