କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସହାୟତା।

2

ବ୍ରହ୍ମପୁର ସହରର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ କାହ୍ନା ଚାରିଟେବୁଲ ଟ୍ରଷ୍ଟ ଦୈବୀ ଦୁର୍ବିପାକର ଶିକାର ହୋଇଥିବା ମୋହନା ବ୍ଲକ ଅନ୍ତର୍ଗତ କେଶରା ଗ୍ରାମର ବନ୍ୟା ପ୍ଲାବିତ ୧୦ ଟି ପରିବାର ଙ୍କୁ ସହାୟତାର ହାତ ବଢ଼ାଇଛି। ଟ୍ରଷ୍ଟ ସଭାନେତ୍ରୀ ଶ୍ରୀମତୀ ରଞ୍ଜନା ମିଶ୍ର ଙ୍କ ନେତୃତ୍ବରେ ତଥା ଟ୍ରଷ୍ଟ ସଦସ୍ୟ/ ସଦସ୍ୟା ଶ୍ରୀ ମୁରଲୀ ମୋହନ ଆଚାର୍ଯ୍ୟ, ଅଲେଖ ପାଲ୍, ତରୁଣ ପାଢ଼ୀ, ଇନ୍ଦିରା ପଟ୍ଟନାୟକ, ସୁସ୍ମିତା ଶର୍ମା, ଆରତୀ ପାଳ, କଳ୍ପନା ନାୟକ, ତମନ୍ନା ନାୟକ, ବିଜୟ ବାଡ୍ତ୍ୟା, ଆରୋଗ୍ୟ ସାହୁ, ଉମା ଶଙ୍କର ସାହୁ, ସୁଜାତା ମହାପାତ୍ର, ରାଗିଣୀ ସାହା, ପାର୍ଥ ପାଢ଼ୀ, ଶିବରାମ ଚୌଧୁରୀ, ପ୍ରଦୀପ ସେଠୀ, ତପନ କୁମାର ସାହୁ, ନିରାମୟ ମହାପାତ୍ର, ରୀନା ପାଢ଼ୀ, ଉଷାରାଣୀ ପାଢ଼ୀ,ଜେ ସୁଧା ରାଣୀ, ନଳିନୀ ସାହୁ,ପ୍ରମୋଦିନି ଦେବୀ, ସଂଯୁକ୍ତା ତ୍ରିପାଠୀ, କେ ଫନି, ଭେଙ୍କଟ ରମଣ ସୁବୁଦ୍ଧି ପ୍ରମୁଖଙ୍କ ସାହାଯ୍ୟ ଓ ସହଯୋଗରେ, ଅଜି ପବିତ୍ର ଗଜଲକ୍ଷ୍ମୀ ପୂଜା ତଥା କୁମାର ପୂର୍ଣ୍ଣିମା ଅବସରରେ, ପ୍ରତି ପରିବାରଙ୍କୁ ଏକ ମାସର ଖାଦ୍ୟ ସାମଗ୍ରୀ, ପୁରୁଷ, ମହିଳା ଓ ଶିଶୁ ମାନଙ୍କ ପିନ୍ଧା ଲୁଗା, ବେଡସିଟ, ମଶାରୀ, ସର୍ଫ, ସାବୁନ୍, ବିସ୍କୁଟ ସହ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଦାନ କରଯାଇଥିଲା। ସେଠି ବସବାସ କରୁଥିବା ଲୋକଙ୍କ ବର୍ତ୍ତମାନର ଦୁଃଖ ଦୁର୍ଦ୍ଦଶା ଅବର୍ଣ୍ଣନୀୟ।

Leave A Reply

Your email address will not be published.