ଭଞ୍ଜନଗର ର ବିଭିନ୍ନ ସ୍ଥାନରେ କୁମାର ପୂର୍ଣ୍ଣିମା ସହିତ ଗଜଲକ୍ଷ୍ମୀ ପୂଜା ପାଳିତ

2

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଭଞ୍ଜନଗର ସହର ସହିତ ଏହାର ଆଖପାଖ ଅଞ୍ଚଳରେ ମହାଆଡମ୍ବରରେ ପାଳିତ ହୋଇଛି ମାଁ ଗଜଲକ୍ଷ୍ମୀ ଙ୍କ ପୂଜାର୍ଚ୍ଚନା ସହିତ କୁମାର ପୂର୍ଣ୍ଣିମା ଉତ୍ସବ। ଏହା ସହିତ ଗଞ୍ଜାମ ଜିଲ୍ଲା ର ଗ୍ରାମ ଠୁ ସହର ଏହି ଉତ୍ସବ ରେ ପ୍ରତି ଘରେ ଘରେ ଜମିଛି ତାସ୍ ଖେଳ ଓ ଘୁଡୁ ଘୁଡୂ ପାଲି ଖେଳ।

ଆଜି ହେଉଛି ଆଶ୍ୱିନ ଶୁକ୍ଲପକ୍ଷ ପୂର୍ଣ୍ଣିମା।ଏହାକୁ କୁମାର ପୂର୍ଣ୍ଣିମା ତଥା ଗଜଲକ୍ଷ୍ମୀ ପୂଜା ଭାବେ ପାଳନ କରାଯାଇଥାଏ।ସହର ଠାରୁ ଗ୍ରାମ ପର୍ଯ୍ୟନ୍ତ ହୋଇ ଉଠିଛି ଆଜି ଉତ୍ସବ ମୁଖର ହେ ସହିତ ଭଞ୍ଜଭୂମି ଭଞ୍ଜନଗରରେ ମଧ୍ୟ ଏହି ଉତ୍ସବ ଅନୁଷ୍ଠିତ । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହି ଦିବସଟିକୁ ଭିନ୍ନ ଭିନ୍ନ ବିଶ୍ୱାସ,ରୀତିନୀତି ଓ ପରମ୍ପରା ଅନୁଯାୟୀ ପାଳନ କରାଯାଇ ଧନଦାତ୍ରୀ ଗଜଲକ୍ଷ୍ମୀଙ୍କୁ ଆରାଧନା କରାଯାଇଥାଏ।ପ୍ରକୃତି ସହିତ ମନୁଷ୍ୟର ଏହା ଏକ ମିଳନ ଦ୍ୟୋତକ। ଭାରତର ପୂଜା ପାର୍ବଣରେ କୁମାର ପୂର୍ଣ୍ଣିମା ଉତ୍ସବ ଖୁବ୍ ପ୍ରାଚୀନତମ। ଆଶ୍ୱିନ ମାସର ପୂର୍ଣ୍ଣିମା ଦିନ ଗଜଲକ୍ଷ୍ମୀ ପୂଜା ଓ କୁମାର ପୂର୍ଣ୍ଣିମା ଉତ୍ସବ ଦୁଇଟି ଯାକ ପାଳନ କରାଯାଇଥାଏ।ପ୍ରଥମତଃ ଗଜଲକ୍ଷ୍ମୀ ପୂଜା ଅର୍ଥାତ୍ ମହାଲକ୍ଷ୍ମୀଙ୍କ ପୂଜା ଏବଂ ଦ୍ୱିତୀୟଟି କୁମାର ପୂର୍ଣ୍ଣମୀ ବା କୁଆଁରୀଙ୍କ ନିମିତ୍ତାର୍ଥେ ପୂଜା।ପ୍ରଥମଟି ସାର୍ବଜନୀନ ପୂଜା ହୋଇଥିବା ବେଳେ ଦ୍ୱିତୀୟଟି କେବଳ କୁମାରୀମାନଙ୍କ ପାଇଁ ଉଦ୍ଦିଷ୍ଟ।ଓଡ଼ିଶାରେ ଏହି ଦୁଇଟିଯାକ ପୂଜାର ବେଶ୍ ପ୍ରାଧାନ୍ୟ ରହିଅଛି। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ର ତିନୋଟି ସ୍ଥାନରେ ଯଥା ଖାଲାସିସାହି, ବସଷ୍ଟାଣ୍ଡ୍, ନିୟନ୍ତ୍ରଣ ବଜାର କମିଟି ପରିସର, ବାଉଁଶଲୁଣ୍ଡି ବଡ଼ଦାଣ୍ଡ ସହିତ ସାନ ତୁଳସୀ ପଲ୍ଲୀ ଓ ବଡ଼ ତୁଳସୀ ପଲ୍ଲୀରେ ମଧ୍ୟ ଏହି ପୂଜା ଉତ୍ସବ ଚାଲିଛି। ଏହି ପୂଜା ଆଜିଠୁ ଅର୍ଥାତ୍ ୬ ତାରିଖ ସୋମବାର ୨୦୨୫ ଠାରୁ ଆରମ୍ଭ ହୋଇ ୧୦ ଶୁକ୍ରବାର ୨୦୨୫ ରେ ଶେଷ ହେବ । ଏହି ସମୟ ମଧ୍ୟରେ ମାଁ ଙ୍କ ପାଖରେ ପ୍ରତ୍ୟେକ ଦିନ ହୋମ ଯଜ୍ଞ,ନାମ ଓ ଅନ୍ନ ପ୍ରସାଦ ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଏଥି ନିମିତ୍ତ ଯେଉଁମାନେ ହୋମ କାର୍ଯ୍ୟରେ ବସିଵେ ସେହି କର୍ତ୍ତା ଦମ୍ପତ୍ତି ନିଘା ନିଷ୍ଠା ରେ ରହି ପୂଜା କାର୍ଯ୍ୟକ୍ରମ ସମ୍ପାଦନା କରିଥାଆନ୍ତି।

Leave A Reply

Your email address will not be published.