ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ସୋମବାର) ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଶ୍ରୀମତୀ ମଧୁମିତାଙ୍କ ଅଧ୍ୟକ୍ଷତାରେ ଏକ ଆଦି କର୍ମଯୋଗୀ ଅଭିଯାନ ଉପଲକ୍ଷେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ଆଦି କର୍ମଯୋଗୀ ଅଭିଯାନ ହେଉଛି ଆଦିବାସୀମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାରଙ୍କର ଏକ ଯୁଗାନ୍ତକାରୀ ପ୍ରୟାସ । ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ବାର୍ଷିକୀ ଅବସରରେ ଆଦିବାସୀ ସଂପ୍ରଦାୟର ସାମୂହିଁକ ବିକାଶ ନିମନ୍ତେ ସାରା ଦେଶରେ ୩୦ ରାଜ୍ୟରେ ୫୫୦ + ଜିଲ୍ଲା , ୩୦୦୦ + ବ୍ଲକ ରେ ୧ ଲକ୍ଷ ଗ୍ରାମରେ ୨୦ ଲକ୍ଷ ଆଦି କର୍ମଯୋଗୀ ସୃଷ୍ଟି କରାଯାଇ ଆଦିବାସୀମାନଙ୍କର ଉନ୍ନତି କରିବା ଏହି ଯୋଜନା କାର୍ଯ୍ୟ କରିବା ଲକ୍ଷ୍ୟ ରଖାଯାଇଛି।
ଗଜପତି ଜିଲ୍ଲାର ୭ ଗୋଟି ବ୍ଲକର ସମୁଦାୟ ୪୩୫ ଗ୍ରାମରେ ଏହି ଅଭିଯାନ ଚାଲୁ ଅଛି। ଏଥିପାଇଁ ଜିଲ୍ଲାରେ ସମୁଦାୟ ୪୩୫ ଗ୍ରାମରେ ଆଦି ସେବା କେନ୍ଦ୍ର , ୨୧୭୫ ଆଦି ସହଯୋଗୀ , ୮୭୦୦ ଆଦି ସାଥି ଓ ୫ ଗୋଟି ସମାଜ ସେବୀ ଅନୁଷ୍ଠାନ ଚୟନ କରାଯାଇଛି । ସେବା କେନ୍ଦ୍ରରେ ସମସ୍ତେ ଏକାଠି ହୋଇ ଗ୍ରାମର ସର୍ବାଙ୍ଗୀନ ବିକାଶ ନିମନ୍ତେ ଏକ ପରିକଳ୍ପନା ପତ୍ର ପ୍ରସ୍ତୁତ କରିଛନ୍ତି। ପରିକଳ୍ପନା ପତ୍ର ଗୁଡିକ ସେପ୍ଟେମ୍ବର ୧୭ ତାରିଖ ଠାରୁ ସେପ୍ଟେମ୍ବର ୩୦ ତାରିଖରେ ଶେଷ କରି ଅକ୍ଟୋବର ୨ ତାରିଖରେ ଗାନ୍ଧୀ ଜୟନ୍ତୀ ଅବସରରେ ଗ୍ରାମ ସଭାରେ ପାରିତ ହୋଇଯାଇଛି।
ଆଦି କର୍ମଯୋଗୀ ଅଭିଯାନରେ “ସମାବେଶ ଶାସନ ” କର୍ମଚାରୀଙ୍କୁ ଆଦିବାସୀ ସମସ୍ୟା , ଆବଶ୍ୟକତା ଓ ଅଧିକାର ସମ୍ପର୍କରେ ସଜାଗ କରିବ , ସରକାରୀ ଯୋଜନାଗୁଡିକୁ ଲୋକ- କୈନ୍ଦ୍ରିକ ଭାବରେ ପ୍ରୟୋଗ ହେବ। ସାଧାରଣତଃ ସରକାରୀ ଯୋଜନା ଗୁଡିକ ଉପରିସ୍ଥ ପଦାଧିକାରୀଙ୍କୁ ନେଇ ତିଆରି ହୋଇଥାଏ । କିନ୍ତୁ ଆଦି କର୍ମଯୋଗୀ ଅଭିୟାନରେ ନିଜ ଗ୍ରାମର ଆବଶ୍ୟକତା ଅନୁଯାଇ ନିଜ ଗ୍ରାମରେ ବସି ନିଜ ଗ୍ରାମର ବିକାଶ ଖସଡ଼ା ନିଜେ ପ୍ରସ୍ତୁତ ହୋଇଅଛି।
ଜନ ଭାଗୀଦାରୀ ଆଧାରରେ ସେବା , ସଂକଳ୍ପ ଓ ସମର୍ପଣ ଭାବନା ନେଇ ଜନ ଜାତିଙ୍କ ସାମୂହିକ ବିକାଶ ପାଇଁ ସମସ୍ତେ ଏକାଠି ହୋଇ କାମ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ । ଏହି ଅଭିଯାନରେ ନିଜକୁ ସାମିଲ କରି ସରକାରୀ ଯୋଜନା ଗୁଡିକ ସମାଜର ଶେଷ ଧାଡିରେ ଥିବା ବ୍ୟକ୍ତି ପାଖରେ ପହଞ୍ଚାଇ ଏହି ଅଭିଯାନକୁ ସମ୍ପୁର୍ଣ୍ଣ ସାଫଲ୍ୟ ମଣ୍ଡିତ କରିବା ନିମନ୍ତେ ନିବେଦନ।
ଏହି ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା , ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ କେ.ନାଗାରାଜୁ ଓ ପ୍ରକଳ୍ପ ପ୍ରଶାସକ ସମନ୍ଵିତ ଅଧିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.