
ବେଲଗୁଣ୍ଠା;-୦୬/୧୦: ରାଷ୍ଟ୍ରର ମଙ୍ଗଳ ଉଦ୍ଦେଶ୍ୟରେ ଯୁବପିଢୀଙ୍କ କ୍ରିୟା ଓ ଚିନ୍ତନର ସକରାତ୍ମକ ପ୍ରୟୋଗ ଏକାନ୍ତ ଆବଶ୍ୟକ।ଏହାକୁ ଭିତ୍ତି କରି ସାଂପ୍ରତିକ ସ୍ଥିତିରେ ସମାଜରୁ ରକ୍ତର ସଙ୍କଟକୁ ଦୂର କରିବା ପାଇଁ ଅହରହ ଉଦ୍ୟମ କରୁଥିବା ଯୁବ ସମାଜସେବୀ ତଥା ଜଣାଶୁଣା ମଞ୍ଚ ଉପସ୍ଥାପକ,ଶିକ୍ଷକ ଚିନ୍ମୟ ପୋଲାଇ ଆଜି ନିଜର ୨୫ ତମ ସ୍ଵନକ୍ଷତ୍ର ଦିବସ କୁ ସ୍ମରଣୀୟ କରିବା ଉଦ୍ଦେଶ୍ୟରେ ରାଷ୍ଟ୍ର ହିତରେ ନିଜ ଜନ୍ମଦିନ ପାଳନ କରିଛନ୍ତି।ସେ ଆଜି କଙ୍କୋରଡ଼ା ନିକଟସ୍ଥ ବାକିଲିକଣା ସ୍ଥିତ କବି ନରସିଂହ ମାଠ ଦୃଷ୍ଟିହୀନ,ବଧିର ବିଦ୍ୟାଳୟରେ ପହଞ୍ଚି କୁନି କୁନି ଶିଶୁମାନଙ୍କୁ ଆବଶ୍ୟକୀୟ ପାଠ୍ୟ ଉପକରଣ,ଖେଳ ସାମଗ୍ରୀ ଓ କୁପୋଷଣ ଦୂରୀକରଣ ପ୍ରୟାସ ଜନିତ ଖାଦ୍ୟ ବଣ୍ଟନ କରିବା ସହ ପିଲାମାନଙ୍କୁ ଶିକ୍ଷା ଉପରେ ସଚେତନ କରାଯାଇଥିଲା।ଆଗାମୀ ଦିନରେ ଆଶ୍ରମ ର ଉନ୍ନତି ସହ ପିଲାମାନଙ୍କ ପାଠପଢ଼ାରେ ବିକାଶ ପାଇଁ ସହଯୋଗ କରାଯିବ ବୋଲି ଚିନ୍ମୟ ମତ ଦେଇଛନ୍ତି।ଆଜିର ସମାଜରେ ପ୍ରତ୍ୟେକ ଯୁବପିଢୀ ଚିନ୍ମୟଙ୍କ ଭଳି ନିଜ ଜୀବନକୁ ରାଷ୍ଟ୍ର ହିତରେ ନିୟୋଜିତ କରିଲେ ସମାଜର ସ୍ବାସ୍ଥ୍ୟ,ଶିକ୍ଷା,ଅର୍ଥନୀତି,ସାମାଜିକ ବ୍ୟବସ୍ଥାର ପ୍ରଗତିରେ ସହଭାଗୀତା ହୋଇପାରିବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।କାର୍ଯ୍ୟକ୍ରମରେ ବିପଦର ବନ୍ଧୁ ଓଡ଼ିଶା ଓ ତ୍ରିରଙ୍ଗା ସେବା ସଂଘ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।ଚିନ୍ମୟ ଙ୍କ ଏହିଭଳି ସାମାଜିକ କର୍ତ୍ତବ୍ୟ ପାଳନକୁ ସ୍ଥାନୀୟ ବାସିନ୍ଦା ତଥା ପ୍ରଶାସକ ଭୂୟସୀ ପ୍ରଶଂସା କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post