ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘ ବାସୁଦେବପୁର ନଗର ରେ ସେବା ସପ୍ତାହ ରେ ସଫେଇ କାର୍ଯ୍ୟ କ୍ରମ ଅନୁଷ୍ଠିତ।

2

 ବାସୁଦେବପୁର – ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘ ବାସୁଦେବପୁର ନଗର ପକ୍ଷ ରୁ ସେବା ସପ୍ତାହ ପାଇଁ ପ୍ରସନ୍ନ ଦେବ ବସତି ରେ ଶ୍ରୀ ଶ୍ରୀ ପ୍ରସନ୍ନ ଦେବ ମନ୍ଦିର ପରିସର ରେ ସେବା ସପ୍ତାହ ରେ ସଫେଇ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ନଗର କାର୍ଯ୍ୟ ବାହ ରଶ୍ମୀ ରଞ୍ଜନ ପଲାଈ ଙ୍କ ସହ ନଗର କାର୍ଯ୍ୟ କ୍ରମ ସଂଯୋଜକ ଶ୍ରୀତମ ସାହୁ, ବ୍ରହ୍ମାନନ୍ଦ ବେହେରା ଉପସ୍ଥିତ ରହି ଥିଲେ। ପ୍ରସନ୍ନ ଦେବ ବସତି ରେ ମୁଖ୍ୟ ଶିକ୍ଷକ ନିତାଇ ନନ୍ଦ ସାହୁ, ସଂଯୋଜକ ପ୍ରତାପ କୁମାର ପାଢ଼ୀ, ଶାରିରୀକ ପ୍ରମୁଖ ପୁରୁଷୋତ୍ତମ ବେହେରା ଓ ସ୍ଵୟଂ ସେବକ ଭାଇ ମାନେ ଉପସ୍ଥିତ ରହି ସଫେଇ କାର୍ଯ୍ୟ ମନ୍ଦିର ପରିସର ଓ ବାହାର ରେ ସଫେଇ କରିଥିଲେ। ସେହିପରି ମା ମଙ୍ଗଳା ବସତି ବାସୁଦେବପୁର ନଗର ରେ ଯାଦବ ପଡିଆ ରେ ମନ୍ଦିର ପରିସର ରେ ମଧ୍ୟ ସଫେଇ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଛି। ରାଷ୍ଟ୍ରୀୟ ସ୍ଵୟଂ ସେବକ ସଙ୍ଘ ର ନାରାୟଣ ମହାକୁଡ ଙ୍କ ସହ ସ୍ଵୟଂ ସେବକ ଭାଇ ମାନେ ଉପସ୍ଥିତ ରହି ମନ୍ଦିର ପରିସର ରେ ସଫେଇ କାର୍ଯ୍ୟ କରିଥିଲେ।ସେବା ସପ୍ତାହ କାର୍ଯ୍ୟ କ୍ରମ ବିଭିନ୍ନ ସ୍ଥାନ ରେ ବିଭିନ୍ନ କାର୍ଯ୍ୟ କ୍ରମ ଅନୁଷ୍ଠିତ ହେବକୁ ଥିବା ବେଳେ ନଅ ତାରିଖ ରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.