ଦୁର୍ଘଟଣାରେ ଯୁବକ ଗୁରୁତର

2

ଓଡ଼ଗାଁ,୫।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କୁରାଳ ପଞ୍ଚାୟତର ହନୁମନ୍ତିଆ ରାସ୍ତାରେ ସ୍କୁଟି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୁଣ୍ଡର ପଛପାଖରେ ଗଭୀର ଆଘାତ ଲାଗିବାରୁ ସେ ଗୁରୁତର ହୋଇ ରାସ୍ତାରେ ପଡ଼ିଥିବା ବେଳେ ଖବର ପାଇ କୁରାଳ ସରପଞ୍ଚ ବିଜନ ପାଇକରାୟ ସଙ୍ଗେ ସଙ୍ଗେ ଓଡ଼ଗାଁ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଆସିଥିଲେ । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ଆରମ୍ଭ କରାଯାଇଥିଲା । ହେଲ ଡାକ୍ତରଖାନାରେ ଚିକିତ୍ସା ଆରମ୍ଭ ହେବାର ଅନେକ ସମୟ ପର୍ଯ୍ୟନ୍ତ ପରିବାର ଲୋକେ ପହଞ୍ଚି ନଥିଲେ । ଦୁର୍ଘଟଣାରେ ଗୁରୁତର ଯୁବକ ଜଣକ ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ଥାନା ଛାମଣ୍ଡା ପଞ୍ଚାୟତ ଭୁକ୍ତାଭୂଇଁ ଗ୍ରାମର ନରେନ୍ଦ୍ର ଯେନା (୩୫) । ନରେନ୍ଦ୍ର କୁରାଳ ଶଶୁର ଘରକୁ ଆସି ରବିବାର ସନ୍ଧ୍ୟାରେ ନିଜ ଗାଁକୁ ସ୍କୁଟିରେ ଫେରୁଥିବା ବେଳେ କୁରାଳ ଠାରୁ ଅଳ୍ପ ଦୂରରେ ତାଙ୍କର ଦୁର୍ଘଟଣା ଘଟିଥିଲା। ପ୍ରକାଶ ଥାଉକି ଗୁରୁତର ନରେନ୍ଦ୍ରଙ୍କ କୁରାଳ ଶଶୁର ଘରୁ କିମ୍ବା ନିଜଘରୁ କେହି ସମ୍ପର୍କିୟ ଆସିନଥିବା ବେଳେ ଜଣେ ଭଲୁଏଣ୍ଟର ସହାୟତାରେ ତାକୁ ନୟାଗଡ଼ ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.