ଭୁବନେଶ୍ବର ତା.5.10.2023 : ଭାରତୀୟ ବାୟୁସେନାର 1960 ଦଶକର ବୈମାନିକ ତଥା ଭୁବନେଶ୍ଵର ‘କଳ୍ପନା ଟକିଜ୍’ ପରିବାରର ଜ୍ଯେଷ୍ଠ ପୁରୋଧା ‘ସୂର୍ଯ୍ୟ କୁମାର ନନ୍ଦ’ଙ୍କର ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ ଗତ ତିନି ଅକ୍ଟୋବର ରାତ୍ରିରେ ଦେହାନ୍ତ ହୋଇଯାଇଛି l ସୂର୍ଯ୍ୟ ନନ୍ଦଙ୍କ ଜନ୍ମ 1935 ମସିହାରେ ସେ ସମୟରେ ପ୍ରସିଦ୍ଧ ପୁରୁଣା ଭୁବନେଶ୍ଵର ଲିଙ୍ଗରାଜ ମନ୍ଦିର ସନ୍ନିକଟ ସମ୍ଭ୍ରାନ୍ତ ‘ନନ୍ଦ’ ପରିବାରରେ ହୋଇଥିଲା,ବାଲ୍ୟ ଶିକ୍ଷା ପୁରୁଣା ଭୁବନେଶ୍ଵରରୁ ଆରମ୍ଭ କରି ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ପାସ୍ କରିବା ପରେ ସେ ବୈମାନିକ ଭାବେ ଶିକ୍ଷା ନେଇଥିଲେ ଏବଂ ପରବର୍ତ୍ତୀ ଅବସ୍ଥାରେ ଭାରତୀୟ ବାୟୁସେନାର ବୈମାନିକ ଭାବେ ଯୋଗ ଦେଇଥିଲେ lଏକ ଛୋଟ ଦୁର୍ଘଟଣା ପରେ ସେ ବିମାନ ଚାଳନାରୁ ଅବ୍ୟାହତି ନେଇଥିଲେ l ପରବର୍ତ୍ତୀ ଅବସ୍ଥାରେ ତାଙ୍କର ପୈତୃକ ବ୍ୟବସାୟ ଭୁବନେଶ୍ୱର ର ପ୍ରଥମ ସିନେମା ହଲ୍ ‘କଳ୍ପନା ଟକିଜ୍’ ପରିଚାଳନା ଦାୟିତ୍ଵ ସୂଚାରୁ ରୂପରେ ତୁଲାଇ ଥିଲେ l ଗତ କିଛିବର୍ଷ ଧରି ସ୍ଵର୍ଗ ସୂର୍ଯ୍ୟ ନନ୍ଦ ବୟସଗତ ଅସୁସ୍ଥତା ଯୋଗୁଁ ପ୍ରାୟତଃ ସାମାଜିକ କାର୍ଯ୍ୟ ରୁ ଦୁରେଇ ରହୁଥିଲେ,କିନ୍ତୁ ତାଙ୍କୁ ଜାଣିଥିବା ଏବଂ ଦେଖା କରିବାକୁ ଯାଉଥିବା ଲୋକଙ୍କୁ ଦିଗ୍ଦର୍ଶନ ଦେଉଥିଲେ,ସେ ଥିଲେ ଆଜାତଶତୃ ପ୍ରଚଣ୍ଡ ଜ୍ଞାନୀ ଏବଂ ସ୍ୱାଭୀମାନୀ ମଣିଷ lତାଙ୍କ ଶେଷ ସମୟରେ ଶଯ୍ୟା ନିକଟରେ ତାଙ୍କ ଧର୍ମପତ୍ନୀ ଉଷାରାଣୀ ନନ୍ଦ,ସାନ ଭଉଣୀ ବାସନ୍ତୀ ନନ୍ଦ,ଅଳ୍ପନା ପାତ୍ର,ଭଉଣୀ ଜ୍ୱାଇଁ ତଥା ପୂର୍ବତନ ଭଦ୍ରକ ଜିଲ୍ଲାପାଳ କୃଷ୍ଣଚନ୍ଦ୍ର ପାତ୍ର,କନ୍ୟା ସଶ୍ମିତା ପଣ୍ଡା,ଜାମାତା ଇଂ.ଆଲୋକ ପଣ୍ଡା,ପୁତୁରା ମହିମା ନନ୍ଦ,ସାନ ଭ୍ରାତା ସହସ୍ରାଂଶୁ ନନ୍ଦ,ଝିଆରୀ ତନୁଜା,ପଦ୍ମଜା,ଭଣଜା ମାନେ ଆଇନଜୀବୀ ଶିଳଭଦ୍ର ଶାସ୍ତ୍ରୀ,ଶିଳାଦିତ୍ୟ ଶାସ୍ତ୍ରୀ,ଡାକ୍ତର ବିବେକାନନ୍ଦ ପଣ୍ଡା,ବ୍ୟାଙ୍କ ଅଧିକାରୀ ଅଭିଷେକ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l ପୁରୁଣା ଭୁବନେଶ୍ଵର ଗରାବଡୁ ଶ୍ମଶାନ ଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ତାଙ୍କର ସୁପୁତ୍ର ସୁଭ୍ରଜ୍ୟୋତି ନନ୍ଦ ମୁଖାଗ୍ନି ଦେଇଥିଲେ,ସେଠାରେ ପୁରୁଣା ଭୁବନେଶ୍ଵରର ସମାଜସେବୀ ପୂର୍ବତନ କର୍ପୋରେଟର ରାଜେନ୍ଦ୍ର ସମର୍ଥା,ଭୁବନେଶ୍ୱର ଓକିଲ ସଂଘର ସଭାପତି ଶ୍ରୀ ଅଶୋକ କୁମାର ପାତ୍ର ପ୍ରମୁଖ ଶେଷ ଦର୍ଶନ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.