ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ବାଦିପାଲି ସାପ୍ତାହିକ ବଜାର ଅଞ୍ଚଳରେ ଆଜି ରବିବାର ଦିନ ମୋବାଇଲ ଚୋରୀ ଘଟଣାକୁ ନେଇ ଭିଡ଼ ସୃଷ୍ଟି ହୋଇଥିଲା। ବଜାର ଭିତରେ ଏକ ବ୍ୟକ୍ତିଙ୍କ ମୋବାଇଲ ଚୋରି କରି ପଳାଇବାକୁ ଯାଉଥିବା ଚୋରକୁ ସତର୍କ ହୋଇଥିବା ସାଧାରଣ ଲୋକମାନେ ଧରିପକାଇଥିଲେ।
ସ୍ଥାନୀୟ ଲୋକମାନେ ତାଙ୍କୁ ବଜାର ମଝିରେ କାବୁ କରିଥିଲେ ଓ ଚେଷ୍ଟା କଲେ ମଧ୍ୟ ଚୋର ପଳାଇପାରିନଥିଲେ। ଘଟଣା ସୂଚନା ବିଜେପୁର ଥାନାକୁ ଦିଆଯାଇଥିଲା।
ଖବର ପାଇ ବିଜେପୁର ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଚୋରକୁ ଉଦ୍ଧାର କରି ଥାନାକୁ ନେଇଯାଇଥିଲେ। ଚୋରୀ ହୋଇଥିବା ମୋବାଇଲ ଫୋନ ପୁନଃ ମିଳିଥିବା ସୂଚନା ମିଳିଛି।
ପୋଲିସ ସୂତ୍ରରୁ ଜଣାଯାଇଛି ଯେ, ଧରାପଡ଼ିଥିବା ବ୍ୟକ୍ତି ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ କିଛି ଚୋରୀ ଘଟଣାରେ ସଂପୃକ୍ତ ଥିବା ସନ୍ଦେହ ରହିଛି। ତାଙ୍କୁ ପୋଲିସ ରିମାଣ୍ଡ ନେଇ ଅଧିକ ତଦନ୍ତ କରାଯାଇବ ବୋଲି ଥାନା ପକ୍ଷରୁ ଜଣାଯାଇଛି।
ଘଟଣା ପରେ ସ୍ଥାନୀୟ ଲୋକମାନେ ବଜାର ଅଞ୍ଚଳରେ ସତର୍କ ରହିବାକୁ ଆହ୍ୱାନ କରିଛନ୍ତି। ବାଦିପାଲି ବଜାରରେ ରବିବାର ଦିନ ସାପ୍ତାହିକ ହାଟ ଥିବାରୁ ଭିଡ଼ ଅଧିକ ହେଉଥିବା ସମୟରେ ଏପରି ଚୋରୀ ଘଟଣା ଘଟୁଥାଏ ବୋଲି ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି।
ସାଧାରଣ ଲୋକମାନଙ୍କ ସତର୍କତା ଫଳରେ ଚୋର ଧରାପଡ଼ିଥିବାରେ ଅଞ୍ଚଳବାସୀ ପୋଲିସ ଓ ଲୋକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଉଲ୍ଲେଖନୀୟ ଯେ, କିଛି ଦିନ ପୂର୍ବରୁ ବରଗଡ଼ ସିମେଣ୍ଟ ନଗର ଅଞ୍ଚଳରେ ମଧ୍ୟ ଏ ଚୋର କୁ ଲୋକେ କାବୁ କରି ପୋଲିସ ହାତକୁ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.