ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ସନ୍ଧ୍ୟାରେ ବେଲଗୁଣ୍ଠା-ବାଲିପଦର ରୋଡ଼ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ନିକଟରେ ଥିବା ଏକ ପାନ ଦୋକାନରେ ଶର୍ଟ ସର୍କିଟ ରୁ ନିଆଁ ଲାଗିଯାଇଛି । ସୂଚନା ମୁତାବକ, କୁନା ପଣ୍ଡା ନାମକ ବ୍ୟକ୍ତି ଜଣକ ଛଅ ମାସ ହେବ ଉକ୍ତ ସ୍ଥାନରେ ଏକ ପାନଦୋକାନ କରି ଗୁଜୁରାଣ ମେଣ୍ଟୁଥିଲେ। ଆଜି ଦଶହରା ପର୍ବରେ ନିଜ ଦୋକାନରେ ପୂଜା ସମୟରେ କୌଣସି କାରଣରୁ ସର୍ଟସର୍କିଟ ହୋଇ ନିଆଁ ଲାଗିଯାଇଥିଲା। ଖବରପାଇ ତନରଡ଼ା ଅଗ୍ନିଶମ ବିଭାଗର କର୍ମଚାରୀ ଓ ସ୍ଥାନୀୟ ଲୋକେ ଫାୟାର ବଲ ଫୁଟାଇ ନିଆଁ କୁ ଆୟତ୍ତ କରିଥିଲେ। ଏହି ଦୁର୍ଘଟଣାରେ କେହି ଆହତ ହୋଇନଥିବା ବେଳେ ଦୋକାନରେ ଥିବା ସମସ୍ତ ଜିନିଷ ଜଳିଯାଇ ପ୍ରାୟ ଏକ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ସୂଚନା ମିଳିଛି। ବେଲଗୁଣ୍ଠା ପୋଲିସ ଖବର ପାଇ ସେକଣ୍ଡ ଅଫିସର ଅଭୟ ପ୍ରଧାନ, ଏସ ଆଇ ବିଶ୍ୱରଞ୍ଜନ ନାୟକ ସଦଳବଳେ ପହଞ୍ଚି ଭିଡ଼କୁ ନିୟନ୍ତ୍ରଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.