ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ସରଗୁଲ ଗ୍ରାମ ରେ ଦଶହରା ମହୋତ୍ସବ ପାଳିତ ହୋଇଅଛି। ଶ୍ରୀରାମ କମିଟି ସରଗୁଲ ଦ୍ବାରା ଆୟୋଜିତ ରାବଣ ଦରବାର କାର୍ଯ୍ୟକ୍ରମ ରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଶିକ୍ଷକ ସୁଧାଂଶୁ ଶେଖର ସାହୁ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସୁଧାଂଶୁ ଶେଖର ସାହୁ ନିଜର ସ୍ୱଳ୍ପ ସିଆରସିସି କାର୍ଯ୍ୟ କାଳ ମଧ୍ୟରେ ଇଚ୍ଛାପୁର କ୍ଲଷ୍ଟର ର ଅଭିନବ ଶୈକ୍ଷିକ କାର୍ଯ୍ୟକ୍ରମ କରି ପବିତ୍ର ଗୁରୁଦିବସ ରେ ସୁବର୍ଣ୍ଣପୁର ଠାରେ ମାନ୍ୟବର ଜିଲ୍ଲାପାଳ ଙ୍କର ଠାରୁ ଶ୍ରେଷ୍ଠ ସିଆରସିସି ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଗ୍ରହଣ କରିଥିଲେ।ସରଗୁଲ ଗ୍ରାମ ର ସୁଯୋଗ୍ୟ ସନ୍ତାନ ଭାବରେ କୋମଳ ମତି ଶିଶୁ ଙ୍କର ଉଜ୍ଜ୍ବଳ ଭବିଷ୍ୟତ ଗଠନ ଦିଗରେ ତାଙ୍କର ଅଭିନବ କାର୍ଯ୍ୟ ଉଛ ପ୍ରଶଂସିତ ହୋଇ ଥିବାରୁ ଆଜି ମହାରାଜା ରାବଣ ତାଙ୍କୁ ମଞ୍ଚରେ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।
Sign in
Sign in
Recover your password.
A password will be e-mailed to you.