ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ

0 2

ମାଲକାନଗିରି ରୁ ସୁରେନ୍ଦ୍ର ବେମାଳ:  ସ୍ଥାନୀୟ ବିଜେପି କାର୍ଯ୍ୟାଳୟରେ ଜିଲ୍ଳା ବିଜେପି ତରଫରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡା, ନବରଂଗପୁର ସାଂସଦ ବଳଭଦ୍ର ମାଝି, ବିଧାୟକ ନରସିଂହ ମାଡକାମୀ,ଜିଲ୍ଲା ବିଜେପି ସଭାପତି ଅଶୋକ ପରିଡ଼ା, ପୂର୍ବତନ ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ଶିଶା ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ବିଜେଡିର ଟାଣୁଆ ନେତମାନେ ଆଜି ବିଜେଡି ଛାଡି ବିଜେପି ମୁହାଁ ହୋଇଛନ୍ତି। ଜିଲ୍ଲାରେ ବିଜେଡ଼ିର ସ୍ଥିତି ଠିକ ନଥିବା ଦେଖି ବିଜେପି ପଟେ ଢଳିଛନ୍ତି। ଏମାନେ ହେଲେ ପୂର୍ବତନ ମାଲକାନାଗିରି ବ୍ଲକ ସଭାପତି ତଥା ଜିଲ୍ଲା ସଂପାଦକ ବିଭ୍ରଂଶୁ ରଂଜନ ସାମଲ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅକ୍ଷୟ ନାୟକ, ବ୍ଲକ ଉପସଭାପତି ବିଦେଶୀ ପ୍ରହରାଜ, ବିଏଲପୁର ସରପଞ୍ଚ ନୀଳକଣ୍ଠ ଝୋଲା, ସଂଜୟ ବୈରାଗୀ, ମହାଦେବ ଶିଶା,ବିନାଶ ହନ୍ତାଳ ପ୍ରମୁଖ ସାମିଲ ରହିଛନ୍ତି। ଲଗାତର ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳରୁ ନେତା ଓ କର୍ମୀ ବିଜେପି ମୁହାଁ ହେଉଥିବା ବେଳେ ଆଗାମୀ ଦିନରେ କଂଗ୍ରେସ ଓ ବିଜେଡି ଦଳରେ ନେତା ଓ କର୍ମୀ ନିଅଣ୍ଟିଆ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଜିଲ୍ଲାରେ ବିଜେପିର ସ୍ଥିତି ଧିରେ ଧିରେ ଟାଣ ହେଉଥିବାରୁ ନେତା ଓ କର୍ମୀ ବିଜେପି ହିଁ ଏକ ମାତ୍ର ଦଳ ଭାବେ ଆଗାମୀ ଦିନରେ ମଧ୍ୟ ଓଡିଶାକୁ ଶାସନ କରିବ ବୋଲି ଅନୁମାନ କରି ବିଜେପି ଦଳମୁହାଁ ହେଉଛନ୍ତି। ଆଜି ଏହି ନେତାମାନେ ବିଜେପିରେ ସାମିଲ ପରେ ବିଜେପି ଦଳ ଜିଲ୍ଲାରେ ଟାଣୁଆ ହେବ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି।

Leave A Reply

Your email address will not be published.