ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ତଥା ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ମହାସମାରୋହରେ ପାଳିତ

0 2

ନବରଙ୍ଗପୁର ତା ୨.୧୦.୨୦୨୫: ଆଜି ସ୍ଥାନୀୟ ରାଜା ଚୈତନ୍ୟ ଦେବ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଠାରେ ଜିଲ୍ଲା ସ୍ତରୀୟ ମହାତ୍ମା ଗାନ୍ଧୀ ତଥା ଲାଲ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି। ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ସାଂସଦ (ଲୋକସଭା)ନବରଙ୍ଗପୁର ବଳଭଦ୍ର ମାଝୀ , ବିଶିଷ୍ଟ ଅତିଥି ରୂପେ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ,ସମ୍ମାନୀତ ଅତିଥି ରୂପେ ପୌରପରିଷଦ ଅଧ୍ୟକ୍ଷ କୁନୁ ନାୟକ, ଓକିଲସଂଘ ସଭାପତି ସିରାଉଜ୍ଜିଦିନ ଅହମ୍ମଦ,ବରିଷ୍ଠ ଲେଖକ ନାରାୟଣ ପଣ୍ଡା,ମୁଖ୍ୟ ବକ୍ତା ଡ଼ ବିଜୟ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ସକାଳ ୫.୦୦ ଘ ସମୟରେ ସହରରେ ସୁଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ରାମଧୁନ ପରିବେଷଣ ହୋଇଥିଲା।ଅତିଥିଗଣ ସକାଳ ୯.୩୦ ମି ସମୟରେ ସହରରେ ଗାନ୍ଧୀ ଛକ ସ୍ଥିତ ନୂତନ ଭାବେ ସ୍ଥାପିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଅନାବରଣ ଓ ଉଦ୍ଘାଟନ କରିବା ସହ ପ୍ରତିମୂର୍ତ୍ତି ରେ ମାଲ୍ୟର୍ପଣ ଓ ଟାଉନ ହଲ ନିକଟସ୍ତ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ଓ ପୂଜ୍ୟପୂଜା କରିଥିଲେ। ମାଲ୍ୟର୍ପଣ କାର୍ଯ୍ୟକ୍ରମ ରେ ଅତିଥିମାନଙ୍କ ସହ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ, ସରକାରୀ ଅଧିକାରୀ,ସହରର ବିଶିଷ୍ଟ ବ୍ୟକ୍ତି, ପୌରପାଳିକା କାର୍ଯ୍ୟଳୟ କର୍ମଚାରୀ,ପୌରପାଳିକା ୱାର୍ଡ ସଭ୍ୟ,ଜନ ପ୍ରତିନିଧି ଓ ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।ରାଜା ଚୈତନ୍ୟ ଦେବ ନୋଡାଲ ହାଇସ୍କୁଲ ରେ ଆୟୋଜିତ କାର୍ଯ୍ୟକ୍ରମରେ ଗୁରୁ ଯୁଗଳ ତ୍ରିପାଠୀ ଙ୍କ ଛାତ୍ର ଛାତ୍ରୀ ଗାନ୍ଧୀଙ୍କ ପ୍ରିୟ ଭଜନ “ବୈଷ୍ଣବ ଜନକେ” ପରିବେଷଣ କରିଥିଲେ । ସର୍ବଧର୍ମ ପାର୍ଥନା ରେ ଇସଲାମ ଧର୍ମ ରୁ ମହମ୍ମଦ ଅନିସ, ହିନ୍ଦୁ ଧର୍ମରୁ ରବି ଶଙ୍କର ସାହୁ ,ଖ୍ରୀଷ୍ଟିଆନ ଧର୍ମର ରେଭ ହେନେରୀ ନିଜ ନିଜ ଧର୍ମ ପୁସ୍ତକରୁ ଭାତୃଭାବ,ଅହିଂସା,ମାନବ କଲ୍ୟାଣ ଉପରେ ବିଶେଷ ମତ ରଖିଥିଲେ। ଗାନ୍ଧୀ ଜୟନ୍ତୀ ଅବସରରେ ପୂର୍ବରୁ ହାଇସ୍କୁଲ୍ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବନ୍ଧ, ବକ୍ତୃତା,ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ଉତିର୍ଣ୍ଣ ପ୍ରତିଯୋଗୀଙ୍କୁ ଅତିଥି ଗଣ ସାର୍ଟିଫିକେଟ ଓ ପୁରସ୍କାର ପ୍ରଦାନ କରିଥିଲେ।ମୁଖ୍ୟ ଅତିଥି ଶ୍ରୀ ମାଝୀ ନିଜ ବକ୍ତବ୍ୟ ରେ ଛାତ୍ର ଛାତ୍ରୀ ଙ୍କୁ ଗାନ୍ଧୀ ଓ ଶାସ୍ତ୍ରୀ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବାକୁ କହିବା ସହ ନବରଙ୍ଗପୁର ଜିଲ୍ଲାର ସ୍ବାଧିନତା ସଂଗ୍ରାମୀ ଙ୍କ ବଳିଦାନ, ସ୍ୱଚ୍ଛତା , ସାମ୍ପ୍ରଦାୟିକ ସଦଭାବ,ଅହିଂସା,ଦେଶ ପ୍ରତି କର୍ତ୍ତବ୍ୟ ଉପରେ ନିଜର ମତ ରଖିଥିଲେ। ସମ୍ମାନୀତ ଓ ଅନ୍ୟ ଅତିଥିଗଣ ନିଜ ବକ୍ତବ୍ୟରେ ଗାନ୍ଧୀ ଓ ଶାସ୍ତ୍ରୀଜୀ ଙ୍କ ଜୀବନ ଦର୍ଶନ କୁ ପଢ଼ି ନିଜ ଜୀବନରେ ସ୍ଵଚ୍ଛତା, ଅହିଂସା ଓ ସତ୍ୟର ଆଶ୍ରୟ ନେବାକୁ ଆହ୍ବାନ କରିଥିଲେ।ସ୍ବାଗତ ଭାଷଣ ସହ ଦିବସ ପାଳନର ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମନୋଜ ବେହେରା ପରିଚାଳନା କରିଥିଲେ ଓ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।ଆଲୋଚନା ଚକ୍ର ସଭାରେ ଡି ଡବ୍ଲୁ ଓ ରବୀନ୍ଦ୍ର ପାଳକା ନିର୍ବାହୀ ଅଧିକାରୀ ଅଶୋକ କର୍ଣ୍ଣ,ଡି ଏସ ଏସ ଓ ସୁଧାଂଶୁ ପାତ୍ର, ଡି ସି ଓ ଘାଷିଆ ହରିଜନଙ୍କ ସମେତ ଛାତ୍ର ଛାତ୍ରୀ,ଶିକ୍ଷକ ,ଶିକ୍ଷୟତ୍ରୀ, ସହରର ବୁଦ୍ଧିଜୀବୀ,ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ କାର୍ଯ୍ୟଳୟର କର୍ମଚାରୀ ଦିଲ୍ଲୀପ ମଲ୍ଲିକ,ବନମାଳୀ ଗୋଛି, ନୀଳକଣ୍ଠ ନାଏକ ଓ ବିଘ୍ନ ମାଝୀ କାର୍ଯ୍ୟକ୍ରମର ଆୟୋଜନ ରେ ସହଯୋଗ କରିଥିଲେ।

Leave A Reply

Your email address will not be published.