ଏସଆଇ ପରୀକ୍ଷାରେ ଜାଲିଆତି ମାମଲା।: ସିବିଆଇ ତଦନ୍ତ ଦାବି କଲେ ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ ।

0 2

  • * ” ବିଜେପିର ନୂଆ ସ୍ଲୋଗାନ, ଟଙ୍କା ଦିଅ, ଚାକିରୀ ନିଅ “।

  • * ଏସଆଇ ପରୀକ୍ଷା ଜାଲିଆତିରେ ସରକାର ସଂପୃକ୍ତ ଅଛନ୍ତି।

  • * ମେଧାବୀ ପରିକ୍ଷାର୍ଥୀଙ୍କ ସ୍ଵାର୍ଥପାଇଁ ରାଜରାସ୍ତାରେ ଲଢେଇ ହେବ।

୧୬ ମାସରେ ୧୬ଟି ନିଯୁକ୍ତି ପରୀକ୍ଷାରେ ବିଭ୍ରାଟ ହେଲାଣି । ଗତକାଲି ବାତିଲ ହୋଇଥିବା ପୋଲିସ ସବ୍ ଇନିସପେକ୍ଟର୍ ପରୀକ୍ଷାରେ କୋଟି କୋଟି ଟଙ୍କାର ଡିଲ୍ ହୋଇଛି ।ଏହି କେଳେଙ୍କାରି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କର ଅସଲ ଚେହେରା ଲୋକଲୋଚନକୁ ଆସିଯାଇଛି। ଏହା ଏକ ଆନ୍ତଃରାଜ୍ୟ ରାକେଟ ହୋଇଥିବାରୁ ଏଥିରେ ବିଜେପି ଦଳର ମନ୍ତ୍ରି ଓ ବିଧାୟକ ମାନେ ସାମିଲ ଥିବାର ସନ୍ଦେହ ପ୍ରକାଶ ପାଇଛି।ସରକାର ଏହି ଘୋଟାଲରେ ସାମିଲ ଥିବା ବିଜେପିର ନେତା ମନ୍ତ୍ରୀ ମାନଙ୍କୁ ଖସେଇ ଦେବାପାଇଁ ତରବରିଆ ଭାବେ କ୍ରାଇମ୍ ବ୍ରାଞ୍ଚ ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ପୋଲିସ ବିଭାଗ ଅଧିନରେ ଏହି ପରୀକ୍ଷା ପରିଚାଳନା କରାଯାଉଥିଲା ଏବଂ ପରବର୍ତ୍ତୀ ସମୟରେ ଜାଲିଆତି ହେବାର କଥା ସାମ୍ନାକୁ ଆସିଲା ସେଇ ପୋଲିସ ବିଭାଗର କ୍ରାଇମ୍ ବ୍ରାଞ୍ଚ ଦ୍ୱାରା ଯଦି ତଦନ୍ତ କରାଯାଏ ଫଳ କଣ ବାହାରିବ ବୋଲି ଶ୍ରୀ ସାହୁ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଚୋର ହାତରେ ଚାବିକାଠି ଦେବା ସଦୃଶ ଯେଉଁ ପୋଲିସ ବିଭାଗର କର୍ମଚାରୀ ଏହି ଜାଲିଆତିରେ ସାମିଲ ଅଛନ୍ତି ସେହି ବିଭାଗରେ ଲୋକଙ୍କ ଦ୍ୱାରା ତଦନ୍ତ ହେଲେ ପ୍ରକୃତ ଦୋଷିମାନେ ଖସି ଯିବାର ଯଥେଷ୍ଟ ସମ୍ଭାବନା ରହିଛି। ହଜାର ହଜାର ମେଧାବୀ ପରିକ୍ଷାର୍ଥୀ ମାନଙ୍କର ଭବିଷ୍ୟତ ଆଜି ଏ ସରକାର ଅନ୍ଧାରକୁ ଠେଲି ଦେଇଛି। ସେଇ ପରୀକ୍ଷାର୍ଥୀ ମାନଙ୍କୁ ନ୍ୟାୟ ଦେବାପାଇଁ ଏହି ଘୋଟାଲାକୁ ସିବିଆଇ ଦ୍ଵାରା ତଦନ୍ତ କରାଯାଇ ଦୋଷୀ ମାନଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନ ନେଲେ ବିଜୁ ଯୁବ ଜନତା ଦଳ ଚୁପ୍ ବସିବ ନାହିଁ। ଏ ସରକାରରେ ଏକ ନୁଆ ସ୍ଲୋଗାନ ଆସିଛି,”ଟଙ୍କା ଦିଅ, ଚାକିରୀ ନିଅ”। ବିଜୁ ଯୁବ ଜନତା ଦଳ ଏହାକୁ ଘୋର ବିରୋଧ କରୁଛି ଏବଂ ହଜାର ହଜାର ମେଧାବୀ ପରିକ୍ଷାର୍ଥୀଙ୍କ ସ୍ବାର୍ଥପାଇଁ ଆଗାମୀ ଦିନରେ ରାଜରାସ୍ତାରେ ଲଢେଇ କରିବା ସହିତ ଏହି ଏସଆଇ ପରୀକ୍ଷା ପରିଚାଳନା ନିମନ୍ତେ ସରକାର ଏକ କଳା ତାଲିକା ଭୁକ୍ତ ସଂସ୍ଥାକୁ କିଭଳି ଭାବରେ ଆଉଟସୋର୍ସିଂ କରିଥିଲେ ବୋଲି ଶ୍ରୀ ସାହୁ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

Leave A Reply

Your email address will not be published.