ବେଲଗୁଣ୍ଠା-:(ଶିବରାମ ଚୌଧୁରୀ)- , ଗାଙ୍ଗପୁର ଥାନା ଅନ୍ତର୍ଗତ ଧରାକୋଟ ବ୍ଲକ୍ ଝାଡ଼ବନ୍ଧ ଗ୍ରାମର ଜଣେ ବୃ୍ଦ୍ଧ ନିଜ ଜମିରେ କାମ ସାରି ଫେରୁଥିବା ବେଳେ ଏକ ବନ୍ୟ ଗୟଳର ବନ୍ୟ ଗୟଳ ଆକ୍ରମଣର ଶିକାର ହୋଇ ଗୁରୁତର ହେବା ସହିତ ନିଜର ଉତ୍ତମ ଚିକିତ୍ସା ପାଇଁ ସରକାରୀ ସହାୟତା ଦାବି କରିଛନ୍ତି I ସୂଚନା ପ୍ରକାରେ ଝାଡ଼ବନ୍ଧ ଗ୍ରାମର ଚନ୍ଦ୍ର ସ୍ୱାଇଁ (୫୯) ଗତ ଶନିବାର ଦିନ ସକାଳ ସାତ ଘଣ୍ଟା ସମୟରେ ନିଜ ଜମିରେ ସାର ପକାଇ ଫେରୁଥିବା ବେଳେ ନିକଟସ୍ଥ ବାଉଁଶ ବୁଦାରୁ ଏକ ବନ୍ୟ ଗୟଳ ଆସି ଚନ୍ଦ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା I ଚନ୍ଦ୍ର ଗୁରୁତର ଆହତ ହୋଇ ତଳେ ପଡ଼ିଯିବା ପରେ ଗୟଳଟି ଜଙ୍ଗଲ ଭିତରକୁ ଚାଲି ଯାଇଥିଲା I ଚନ୍ଦ୍ରଙ୍କର ଦୁଇ ଗୋଡରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ନିକଟ ଜମିରେ କାମ କରୁ୍ଥିବା ଲୋକେ ଉଦ୍ଧାର କରିଥିଲେ I ଚନ୍ଦ୍ର ପ୍ରଥମେ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ କିନ୍ତୁ ସେଠାରେ ତାଙ୍କର ଯନ୍ତ୍ରଣା ଉପଶମ ନହେବାରୁ ସେ ଆସିକା ଆସିକା ମେଡିକାଲ୍ ରେ ଭର୍ତ୍ତି ହୋଇଥିଲେ I ଏନେଇ ସେ ବନ ବିଭାଗରେ ଅଭିଯୋଗ କରିବା ପରେ ବନ ବିଭାଗ ତରଫରୁ ତାଙ୍କୁ ଏକ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା I କିନ୍ତୁ ବର୍ତ୍ତମାନ ସୁଦ୍ଧା ଚନ୍ଦ୍ର ବିପଦମୁକ୍ତ ହୋଇ ନାହାଁନ୍ତି I ସେ ଅତ୍ୟନ୍ତ ଗରୀବ ଶ୍ରେଣୀର ଚାଷୀଟିଏ ହୋଇଥିବାରୁ ଉତ୍ତମ ଚିକିତ୍ସା ନିମନ୍ତେ ଅନ୍ୟ କୌଣସି ମେଡିକାଲ୍ କୂ ମଧ୍ୟ ଯାଇ ପାରୁ ନାହାଁନ୍ତି I ଅନ୍ୟପଟେ ଚନ୍ଦ୍ର ନିଜ ପରିବାର ପ୍ରତିପୋଷଣ ପାଇଁ ବୁଲା ବିକାଳି ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ I କିନ୍ତୁ ଗୟଳ ଆକ୍ରମଣ ପରେ ତାଙ୍କର ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ତାଙ୍କ ପରିବାରର ରୋଜଗାର ମଧ୍ୟ ବନ୍ଦ ହୋଇଯାଇଛି I ଏଣୁ ଚନ୍ଦ୍ର ନିଜର ଉତ୍ତମ ଚିକିତ୍ସା ସହିତ ସେ ସୁସ୍ଥ ହେବା ପର୍ଯ୍ୟନ୍ତ ନିଜ ପରିବାର ପ୍ରତିପୋଷଣ ନିମନ୍ତେ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ବନ ବିଭାଗକୁ ଆବେଦନ କରିଛନ୍ତି I
Sign in
Sign in
Recover your password.
A password will be e-mailed to you.
Prev Post
Next Post