ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୩୦/୦୯/୨୫ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ନୂଆଗୁଡା ର ଯୁବ କଳାକାର ସଞ୍ଜୟ ଶତପଥୀ ଙ୍କ ଆଜି ହୃଦ୍ ଘାତରେ ମୃତ୍ୟୁ ଘଟିଛି।ଆଜି ଦିନ ପ୍ରାୟ ସାଢେ଼ ୧୨ ଘଣ୍ଟ ସମୟରେ ବସ ଷ୍ଟାଣ୍ଡ ନିକଟ ସଞ୍ଜୟ ଙ୍କ ତେଜରାତି ଦୋକାନ ରେ ହଠାତ୍ ହୃଦ୍ତ୍ୟୁଘାତ ପରେ ତାଙ୍କୁ ତୁରନ୍ତ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ସଞ୍ଜୟ ଙ୍କ ମୃତ୍ୟୁ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ବୟସ ହୋଇଥିଲା। ଡାବୁଗାଁ ନୁଆଗୁଡ଼ା ର ତ୍ରିନାଥ ଶତପଥୀ ଙ୍କ ଦ୍ଵିତୀୟ ପୁତ୍ର ସଞ୍ଜୟ ଶତପଥୀ ଡାବୁଗାଁ ବସଷ୍ଟାଣ୍ଡ ରେ ତେଜରାତି ଦୋକାନ ଦେଇଥିବା ବେଳେ ବିଭିନ୍ନ ସାମାଜିକ ଓ ଲୋକ ହିତକର କାର୍ଯ୍ୟରେ ସେ ସର୍ବଦା ଆଗରେ ରୁହନ୍ତି।ଗ୍ରାମ ର ବିଭିନ୍ନ ପୂଜା, ପର୍ବ ପର୍ବାଣୀ ସହ ଯେ କୌଣସି ବର୍ଗ ର ଲୋକଙ୍କ ବିବାହ ବ୍ରତ କାର୍ଯ୍ୟ ରେ ସେ ଆଗକୁ ଆସି କାର୍ଯ୍ୟରେ ସହଯୋଗ କରିଥାନ୍ତି। ଗ୍ରାମ ରେ କାହାର ମୃତ୍ୟୁ ଘଟିଲେ ସବୁକାର୍ଯ୍ୟ ଛାଡି ମୃତ ପରିବାର ଲୋକଙ୍କୁ ସମବେଦନା ସହ ଶବାଧାରରେ ଯାଇ ସହଯୋଗ କରନ୍ତି। ତେବେ ଡାବୁଗାଁ ର ବିଭିନ୍ନ ସାଂସ୍କୃତିକ ଉତ୍ସବ ଯେପରି ଗଣେଶ ବିସର୍ଜନ, ଦୁର୍ଗା ମା ଙ୍କ ଭସାଣି ଯାତ୍ରା ତଥା ଠାକୁରାଣୀ ଯାତ୍ରା ସମୟରେ ସଞ୍ଜୟ ଶତପଥୀ ବିଭିନ୍ନ କଳାକାର ଭୂମିକାରେ ଅବତୀର୍ଣ୍ଣ ହୋଇ ଲୋକଙ୍କ ମନୋରଞ୍ଜନ କରିଥାନ୍ତି। ଯାହାକି ତାଙ୍କୁ ଯୁବ କଳାକାର ଭାବେ ଡାବୁଗାଁ ରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଜଣେ ଶାନ୍ତ, ସରଳ, ମେଳାପୀ ଯୁବକ ଙ୍କ ହଠାତ୍ ଏପରି ମୃତ୍ୟୁ ପରେ ଡାବୁଗାଁ ରେ ଶୋକର ଛାୟା ଖେଳିଯାଇଛି। ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିବା ବେଳେ ଅପରାହ୍ନରେ ଉମୁରା ହାଣ୍ଡି ନିକଟ ଅଙ୍ଗୀନଦି ରେ ହିନ୍ଦୁ ଧର୍ମ ଅନୁଯାଇ ଶେଷ କୃତ୍ୟ ସଂପନ୍ନ କରାଯାଇଥିଲା।
Sign in
Sign in
Recover your password.
A password will be e-mailed to you.