ଧରଣୀଧର ବିଶ୍ୱବିଦ୍ୟାଳୟରେ ଇଂରାଜୀ ଦକ୍ଷତା ବିକାଶ ପାଠ୍ୟକ୍ରମ ଏଯାଏ ଆରମ୍ଭ ହୋଇନି, ଜେରକ୍ସ ନୋଟ ବାଣ୍ଟି କାମ ଚଳେଇ ଦେବାକୁ ମସୁଧା।

2

କେନ୍ଦୁଝର,ତା୧୭/୮- ଧରଣୀଧର ବିଶ୍ଵବିଦ୍ୟାଳୟରେ କିପରି ଛାତ୍ରଛାତ୍ରୀଙ୍କୁ କାମଚଳା ପାଠ ପଢାଯାଉଛି ତାହାର ଅନେକ ଉଦାହରଣ ବାରମ୍ବାର ମିଳୁଥିବା ବେଳେ ଏବେ ଏକ ସାଂଘାତିକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷା ବ୍ୟବସ୍ଥାକୁ ଏବେ ଓଡ଼ିଶାରେ ଲାଗୁ କରା ହେଇଛି। ନୂତନ ଶିକ୍ଷା ବ୍ୟବସ୍ଥାରେ ଏକ ଗୁରୁତ୍ୱପୂର୍ଣ୍ଣ ପାଠ୍ୟକ୍ରମ ଏଇସି(ଆବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ) ବା ଦକ୍ଷତା ବିକାଶ ପାଠ୍ୟକ୍ରମକୁ ଦ୍ଵିତୀୟ ସେମିଷ୍ଟାରର ଛାତ୍ରଙ୍କୁ ଦିଆ ହେଇଛି ଯାହାକୁ ପଢ଼ି ଏବର ଛାତ୍ରଛାତ୍ରୀ ମାନେ ଭାରତରେ ଏବଂ ବିଦେଶରେ ଭଲ ଜୀବିକା ଗଢ଼ି ପାରିବେ ଏବଂ ଦେଶର ଉନ୍ନତିରେ ସହଯୋଗ କରିବେ। କିନ୍ତୁ ଘୋର ଦୁର୍ଭାଗ୍ୟର କଥା ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର ପ୍ରତିଷ୍ଠିତ ଧରଣୀଧର ବିଶ୍ଵବିଦ୍ୟାଳୟର ବିଭାଗୀୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ବରବାଦ୍ କରିବାକୁ ଏବଂ ବିଶ୍ଵବିଦ୍ୟାଳୟକୁ ବଦନାମ୍ କରିବାକୁ ବାହାରିଛନ୍ତି। ଏଭଳି ସ୍ପଷ୍ଟ ଦୃଷ୍ଟାନ୍ତ ହେଉଛି। କିଛି ଛାତ୍ରଛାତ୍ରୀଙ୍କ କହିବା ଅନୁସାରେ ପରୀକ୍ଷା ଆଉ ଦଶଦିନରୁ କମ୍ ସମୟ ଥିବା ବେଳେ ଏବେ ସୁଦ୍ଧା ଏହି ପାଠ୍ୟକ୍ରମକୁ ପଢା ଆରମ୍ଭ କରାଯାଇ ନାହିଁ। ଏହି ବିଷୟକୁ କଳା,ବାଣିଜ୍ୟ, ବିଜ୍ଞାନ ସବୁ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବାଧ୍ୟତାମୂଳକ କରା ହେଇଥିବା ବେଳେ ଏହାକୁ ପିଲାଙ୍କୁ ନେଇ ପଢେଇବା କଥା। ଆଜିକାଲି ରାଜନୀତି,ବିଜ୍ଞାନ,ବେପାର, ପରୀକ୍ଷଣଗାର ସବୁଠି ଇଂରାଜୀ ଶିକ୍ଷା ଦରକାର ସେଥିଲାଗି ଏହି ପାଠ୍ୟକ୍ରମ ଆରମ୍ଭ ହୋଇଥିଲା ଯାହାକୁ ଧରଣୀଧର ବିଶ୍ଵବିଦ୍ୟାଳୟର ଇଂରାଜୀ ବିଭାଗ ବେଖାତିର କରିଛି । କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷା ବ୍ୟବସ୍ଥାକୁ ଏହା ଧୋକା ସଦୃଶ୍ୟ । ଆଶ୍ଚର୍ଯ୍ୟର କଥା ହେଲା ଯେ ଏଠାରେ ଇଂରାଜୀ ବିଭାଗରେ ୬ଜଣ ଅଧ୍ୟାପକ ଅଧାପିକା ଅଛନ୍ତି ଯେଉଁମାନେ ଲକ୍ଷାଧିକ ଟଙ୍କା ଦରମା ନେଉଛନ୍ତି କିନ୍ତୁ ପାଠ ପଢ଼ାଉ ନାହାନ୍ତି ବୋଲି ଆରୋପ ଆସିଛି। ଅନ୍ୟ ଏକ ସାଂଘାତିକ କଥା ହେଲା ଏବେଯାଏ ଏହି ପାଠ୍ୟକ୍ରମକୁ ଅଧ୍ୟାପକ ମାନଙ୍କ ଭିତରେ ବଣ୍ଟା ଯାଇ ନାହିଁ ଯାହାକୁ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଶାଶ୍ଵତ ପଣ୍ଡା କରିବା କଥା। ଏବେ ପରୀକ୍ଷା ପୂର୍ବରୁ ଯେମିତି ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ନହୁଅନ୍ତି ସେଥିପାଇଁ ପିଲାଙ୍କୁ ଜଲଦି ନୋଟ୍ ଦେବା ପାଇଁ ଏବଂ ପରୀକ୍ଷାରେ ଯେଉଁ ପ୍ରଶ୍ନ ଆସିବ ସେମିତି ନୋଟ୍ ଦେଇ ପିଲାଙ୍କୁ ଖୁସ୍‌ କରି ମାମଲାକୁ ଦବେଇ ଦେବାର ଷଡ଼ଯନ୍ତ୍ର ଚାଲିଛି। ପିଜି କାଉନସିଲ ଚେୟାରମ୍ୟାନ ପ୍ରଭୁପାଦ ଦାସ ଏହାର ଉତ୍ତର ରଖିବାକୁ ସାଧାରଣରେ ଦାବୀ ହେବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହାର ତଦନ୍ତ ନିର୍ଦ୍ଦେଶ ଦେବାକୁ ବୁଦ୍ଧିଜୀବୀ ମାନେ କହିଛନ୍ତି।

Leave A Reply

Your email address will not be published.