ପୁରୀ,(ଅନିମେଶ ପଟ୍ଟନାୟକ): ଏକ ବିଂଶ ଶତାବ୍ଦୀରେ ମଧ୍ୟ ମହିଳା ମାନେ ସୁରକ୍ଷିତ ରହୁନାହାନ୍ତି । ବୟସ ନିର୍ବିଶେଷରେ ଘରେ ହେଉ କିମ୍ବା ବାହାରେ ଯୌନ ଓ ଅନେକ ପ୍ରକାର ଉତ୍ପୀଡନ , ଶୋଷଣର ଶିକାର ହେଉଛନ୍ତି ।ଏଥିରେ ଅନେକ ସ୍ଥାନରେ ମହିଳା ମାନଙ୍କ ସହଭାଗିତା ତତ୍ ସହିତ ଅନ୍ୟ ମହିଳା ମାନଙ୍କ ପ୍ରତି ସମବେଦନା ହିନତା ,ନିଜ ଭିତରେ କନ୍ଦଳ ଇତ୍ୟାଦି କାରଣ ଅଟେ । ତେଣୁ ପରଷ୍ପର ପ୍ରତି ସମ୍ବେଦନ ଶିଳ ହେବା ପରସ୍ପରକୁ ସାହାଯ୍ୟ କରିବା ଓ ରକ୍ଷା କରିବା ପାଇଁ ପ୍ରତିଶ୍ରୁତି ବଦ୍ଧତାକୁ ପାଳନ କରିବା ପାଇଁ ଦି ବେଲ୍ ଓମେନ୍ସ୍ କ୍ଲବ୍ ତରଫରୁ ରାକ୍ଷୀ ପୂର୍ଣ୍ଣିମା ଅବସରରେ ନିଆରା ଢଙ୍ଗରେ ପାଳିତ ହୋଇଛି ଆମ ପାଇଁ ଆମେ କାର୍ଯ୍ୟକ୍ରମ। ପୁରୀ ବଳିଆପଣ୍ଡା ସ୍ଥିତ ଏକଲଵ୍ୟ ପାଠଶାଳା ଠାରେ ଶ୍ରୀ ଜଗନ୍ନାଥ ଫାଉଣ୍ଡେସନ ଓ ଭାରତ ଯୋଗ କେନ୍ଦ୍ର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା ଓ କିଶୋରୀ ଯୋଗ ଦେଇ ପରସ୍ପରକୁ ରାକ୍ଷୀ ବାନ୍ଧିବା ସହିତ ପରଷ୍ପର ସୁରକ୍ଷା ପାଇଁ ପ୍ରତିଶ୍ରୁତି ଦେଇ ଥିଲେ।ବର୍ତ୍ତମାନ ସାମାଜିକ ସ୍ଥିତି ଏବଂ ମହିଳା ମାନଙ୍କ ପ୍ରତି ହେଉ ଥିବା ଦୁର୍ବ୍ୟବହାରକୁ ରୋକିବାକୁ ହେଲେ ପୁରୁଷଙ୍କ ଅପେକ୍ଷା ନାରୀ ମାନଙ୍କ ସହଭାଗିତା ଅଧିକ ରହିବା ଆବଶ୍ୟକ। ତେଣୁ ଏହି କାର୍ଯ୍ୟକ୍ରମ ସମାଜକୁ ଏକ ନିଆରା ବାର୍ତ୍ତା ଦେବ ବୋଲି ଦ ବେଲ୍ ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ ଏହି ଅବସରରେ କହିଥିଲେ। ଦ ବେଲ୍ ଓମେନ୍ସ କ୍ଲବ୍ ସଂଯୋଜିକା ସବିତା ହରିଚନ୍ଦନ ଓ ସହ ସଂଜୋଜିକା ସିଲି ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ମହିଳା ମାନଙ୍କ ଭିତରେ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇ ଥିଲା । ବନିତା ଦୀକ୍ଷିତ ଧନ୍ୟବାଦ୍ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.