ପଦ୍ମପୁର :– ସ୍ଥାନୀୟ ରାଜବାଟି ପ୍ରାଙ୍ଗଣରେ ଗଣ ଇସ୍ତାହାର ଖବର କାଗଜ ର ୪୫ ତମ ବାର୍ଷିକୋତ୍ସବ ବିଶେଷାଙ୍କ ଉନ୍ମୋଚିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଗଣଇସ୍ତାହାର ସମ୍ପାଦକ ପ୍ରସନ୍ନ ମିଶ୍ର ଯୋଗଦେଇ ଗଣ ଇସ୍ତାହାର ଖବର କାଗଜ ର ବିଗତ ୪୫ ପଦ୍ମପୁର ଅଞ୍ଚଳ ସହିତ ସମ୍ପର୍କ ବିଷୟରେ ଆଲୋକପାତ କରିବା ସହିତ ଆଗାମୀ ଦିନରେ ଆହୁରି ପାଠକଙ୍କୁ ଏହି ଖବର କାଗଜ ଯୋଡି ହେବାପାଇଁ ନିବେଦନ କରିଥିଲେ। ସମ୍ପାଦକ ଶ୍ରୀ ମିଶ୍ର ପଦ୍ମପୁର ଜମିଦାର ଙ୍କ ଦାୟାଦ ପ୍ରତାପ କେଶରୀ ସିଂ ବରିହା, ସ୍ଵାଧୀନତା ସଂଗ୍ରାମୀ ମାୟାଧର ପୁରୋହିତ ଙ୍କ ଦାୟାଦ ଶାନ୍ତି ସ୍ଵରୂପ ପୁରୋହିତ, ମନୋରଞ୍ଜନ ସିଂ ବରିହା ଓ ଜୟ କେତନ ତ୍ରିପାଠୀ ଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ମାନିତ କରିବା ସହ ଗଣ ଇସ୍ତାହାର ର ନିୟମିତ ଲେଖକ ଅଧ୍ୟାପକ ସୁଶାନ୍ତ ମିଶ୍ର ଙ୍କୁ ଉପଢୌକନ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସମାଜ ସେବୀ ନିରୋଜ ଦୋରା, ବଣିକ ସଂଘ ସଭାପତି ପ୍ରତାପ ମିଶ୍ର, ମୁନୁ ପଣ୍ଡା, ବରିଷ୍ଠ ସାମ୍ବାଦିକ ଲାଲ ବିହାରୀ ମିଶ୍ର, ସନ୍ତୋଷ ଶତପଥୀ, ରତ୍ନମଣି ଶତପଥୀ, ପ୍ରଦୀପ୍ତ କିଶୋର ଦାଶ, ସୁଦାମ ପଧାନ, ଦେବାଶିଷ ପଟ୍ଟନାୟକ, ଡିଲେଶ୍ଵର ବାଗ, ସହୟୋଗ ଅନୁଷ୍ଠାନ ସଭାପତି ମୌସମ ପାଗୋଡ଼ା, ତାପସ କୁମାର ନାୟକ, ଶିବାଶିଷ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.