ବିଜେପୁର :-ଚଳିତ ବର୍ଷ ସରକାର ଧାନ ବିକ୍ରି କରିବା ପାଇଁ ଯେଉଁ ନୂଆ ବ୍ୟବସ୍ଥା କରାଯାଉଛି ସେଥିରେ ସେ ଧାନ ବିକିବା ପାଇଁ କାର୍ଡ କରିବାକୁ ହେଲେ ବଂଶାବଳୀ ଦେବାକୁ ବାଧ୍ୟତାମୂଳକ କରିଥିବାରୁ ଚାଷୀ ମାନେ ନିଶ୍ଚିତ ହଇରାଣ ହେବେ। ଦ୍ବିତୀୟତଃ ଧାନ କାର୍ଡ କରିବାର ସମୟ ସୀମାକମ ଥିବାରୁ ଚାଷୀ ଆବଶ୍ୟକୀୟ କାଗଜାତ ଯୋଗାଡ କରିବାକୁ ନିଶ୍ଚିତ ଭାବରେ ଅସମର୍ଥ ହେବ। ଏସବୁ କୁ ଦୃଷ୍ଟିରେ ରଖି ଚାଷୀ ଙ୍କ ସାମୁହିକ ହିତ ପାଇଁ ବିଭିନ୍ନ ଚାଷୀ ସଂଗଠନ ତରଫରୁ ପଞ୍ଜୀକରଣ ବ୍ୟବସ୍ଥାକୁ କୋହଳ କରିବା ପାଇଁ ଦାବୀ କରି ଆସୁଥିବା ବେଳେସରକାର କୋହଳ କରିବା ପାଇଁ ଜିଲ୍ଲାପାଳମାନଙ୍କୁ କୋହଳ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ବାଲେଶ୍ବର ଜିଲ୍ଲାପାଳଙ୍କ ତରଫରୁ କୋହଳ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସ୍ବତନ୍ତ୍ର ଭାବରେ ଏକ ନୋଟିସ ଜିଲ୍ଲାର ସମସ୍ତ ପେକ୍ସ କୁ ନିର୍ଦ୍ଦେଶନାମା ଜାରି କରାଯାଇଥିବା ବେଳେ ଓଡ଼ିଶାର ଭାତହାଣ୍ଡି ବରଗଡ ଜିଲ୍ଲାରେ ସେଭଳି ବ୍ୟବସ୍ଥା ଗ୍ରହଣ କରାଯାଇ ନାହିଁ। ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ଚାଷୀ ପଞ୍ଜୀକରଣ ବ୍ୟବସ୍ଥାକୁ କୋହଳ କରିବା ପାଇଁ ବିଜେପୁର କୃଷକ ସଂଗଠନ ପକ୍ଷରୁ ସୁବାସ ପଧାନ ଙ୍କ ନେତୃତ୍ୱରେ ଆଜି ବିଜେପୁର ସମବାୟ ସମିତି ଓ ଏମ ଶ୍ରୀଗୀଡା ସମବାୟ ସମିତି କାର୍ଯ୍ୟଳୟକୁ ଯାଇ ଧାନ କାର୍ଡ଼ ବନାଇଇଵା ଅସୁବିଧା ପାଇଁ କୋହଳ ବ୍ୟବସ୍ଥା ଗ୍ରହଣ କରିବାକୁ ଅନୁରୋଧ କରିବା ସହ ସ୍ଥାନୀୟ ପେକ୍ସ କୁ ଚାଷୀ ମାନେ ଯାଇ ତାଲାଦେଇ ବନ୍ଦ କରିଥିଲେ।। ଏଦିଗରେ ସରକାର ଶିଘ୍ର କିଛି ପଦକ୍ଷେପ ନେଇ ଚାଷୀଙ୍କୁ ଧାନ ବିକ୍ରି ପାଇଁ କାର୍ଡ କରିବାକୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପୁର ତଥା ଅଞ୍ଚଳରୁ ଅନେକ ଚାଷୀ ଯୋଗଦେଇ ଥିଲେ। ସୁଶାନ୍ତ ଗଡ଼ତିଆ ପ୍ରଶାନ୍ତ ପଧାନ,ନାରାୟଣ ମେହେର,ଡୋଳାମଣୀ ଦାସ,ତୋଷରାଜ ସାହୁ,ଅଶୋକ ପଧାନ,ଧର୍ମେନ୍ଦ୍ର ସାହୁ,ଆନନ୍ଦ ଗଡ଼ତିଆ, ମୁକେଶ ସାହୁ, ଗଣନାଥ ସାହୁ, ନେତ୍ରାନନ୍ଦ ସାହୁ,ମହେନ୍ଦ୍ର ପଧାନ, କ୍ଷୀରୋଦ ପଧାନ ଆଦି ଯୋଗ ଦେଇଥିଲେ l
Sign in
Sign in
Recover your password.
A password will be e-mailed to you.