ଜଗତସିଂହପୁର,ତା-୦୬.୦୮.୨୦୨୫/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାର ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ଏସ୍ଭିଏମ୍ ସ୍ବୟଂଶାସିତ ମହାବିଦ୍ୟାଳୟରେ +୩ ବିଜ୍ଞାନ ଛାତ୍ର ଅମନ ମହାପାତ୍ରଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ଘଟଣା ଟଣାକୁ ନିନ୍ଦା କରିଛି ବିଜେଡି । ଶାସକ ଦଳର ସମର୍ଥକ ବୋଲାଉଥିବା କିଛି ଛାତ୍ର ଓ ଅଣଛାତ୍ର ଗତକାଲି ଅମନଙ୍କ ଉପରେ ଆକ୍ରମଣ କରି ଲହୁଲୁହାଣ କରିଥିଲେ | ଘଟଣା ସମ୍ପର୍କରେ ଅମନ ଜଗତସିଂହପୁର ସଦର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଥିଲା I ତେବେ ଏହି ମାମଲାର ନିରପେକ୍ଷ ତଦନ୍ତ ବଦଳରେ ଏହାକୁ ରଫାଦଫା କରିବା ପାଇଁ ଅମନ ମହାପାତ୍ରଙ୍କ ପରିବାର ଉପରେ ପୁଲିସ ଚାପ ପକାଇଥିବା ସିପି ନିକଟସ୍ଥ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ପ୍ରଶାନ୍ତ ମୁଦୁଲି ଅଭିଯୋଗ କରିଛନ୍ତି | ସେ ନିଜେ ଏସ୍ଭିଏମ୍ କଲେଜର ଛାତ୍ର ଥିଲେ | ତେବେ କଲେଜ ପରିସରରେ ଏଭଳି ଘଟଣା ପୂର୍ବରୁ କେବେ ଘଟି ନ ଥିଲା ବୋଲି ଶ୍ରୀ ମୁଦୁଲି କହିଛନ୍ତି । ସେହିପରି ଅମନଙ୍କ ଏତଲା ଆଧାରରେ ଥାନାରେ ଅଟକ ଥିବା ଅନ୍ୟ ଜଣେ ଛାତ୍ରଙ୍କୁ ବିନା ତଦନ୍ତରେ ପୁଲିସ ଛାଡ଼ିଦେଇଥିବା ଶ୍ରୀ ମୁଦୁଲି ଅଭିଯୋଗ କରିବା ସହ ପୁଲିସ ପ୍ରଶାସନ ଶାସକ ଦଳର ଚାପରେ କାମ କରୁଛି ବୋଲି ମଧ୍ୟ ଅଭିଯୋଗ କରିଥିଲେ | ଏହି ସ୍ୱନାମଧନ୍ୟ ? କଲେଜରେ କିପରି ଶୈକ୍ଷିକ ବାତାବରଣ ଘରେ ସୁଧାର ଆସିବ, ସେଥିପାଇଁ କଲେଜ ଅଧ୍ୟକ୍ଷା ପଦକ୍ଷେପ ନେବା ସହିତ ଏହି ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଅବଗତ କରାଯାଇଥିବା ଶ୍ରୀ ମୁଦୁଲି ସୂଚନା ଦେଇଥିଲେ। ଏଥିରେ ବ୍ୟତିକ୍ରମ ହେଲେ ବିଜେଡି ଚୁପ୍ ହୋଇ ବସିବନି। ଆବଶ୍ୟକ ପଡ଼ିଲେ, ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ? ଦେଇଛନ୍ତି ଛନ୍ତି ଜିଲ୍ଲା ବିଜେଡି ଶ୍ରୀ ମୁଦୁଲି | ଜିଲ୍ଲା ଛାତ୍ର ବିଜେଡି ସଭାପତି ସମିତ୍ କୁମାର ଲେଙ୍କା ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ କଲେଜର କିଛି ଛାତ୍ର ଆମେ ଶାସକ ଦଳର ପିଲା I ଆମର କିଏ କ’ଣ କରିବ ବୋଲି କହି ବିଭିନ୍ନ ସମୟରେ କଲେଜରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗ କରିଥିଲେ। ଆଗାମୀ ଦିନରେ କଲେଜ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାରୁ କିଛି କଲେଜ ଅଧ୍ୟାପକ ଓ କର୍ମଚାରୀଙ୍କୁ ହାତ କରି ଛାତ୍ରଛାତ୍ରୀଙ୍କ ଉପରେ ଚାପ ପକାଯାଉଛି ବୋଲି ଶ୍ରୀ ଲେଙ୍କା ଅଭିଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ଜିଲ୍ଲା ପରିଷଦ ସଭାପତି ମନୋଜ ଭୋଇ, ଉପସଭାପତି ସୁଜାତା ମହାନ୍ତି, ପଞ୍ଚାୟତ ସମିତି ଅଧ୍ଯକ୍ଷା କନକପ୍ରଭା ଲେଙ୍କା, ଉପାଧ୍ଯକ୍ଷ ରତିରଞ୍ଜନ ବେହେରା, ଜିଲ୍ଲା ପରିଷଦ ସଭ୍ୟ ବିବେକାନନ୍ଦ ବେହେରା, ନଗର ବିଜେଡି ସଭାପତି ପ୍ରିୟବ୍ରତ ମହାପାତ୍ର ଓ ଯୁବନେତା ପ୍ରଶାନ୍ତ ମଲ୍ଲିକ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.