ଓଡ଼ଗାଁ,୫।୮(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ନିତ୍ୟାନନ୍ଦ ସାହିର ପ୍ରଫୁଲ୍ଲ କୁମାର ସ୍ୱାଇଁଙ୍କ ଋଣ ଟଙ୍କା ଫେରସ୍ତରେ ଖିଲାପ କରିବା ଅଭିଯୋଗରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ତାଙ୍କ ଘରକୁ ନିଲାମ କରି ଶନିବାର ଘର ମଧ୍ୟରୁ ସମସ୍ତ ଆସବାବପତ୍ର ବାହାର କରି ଘରକୁ ସିଲ୍ କରିଦେଇଥିଲେ । ଏବଂ ନିଲାମଧାରିଙ୍କୁ ଘର ଓ କାଗଜ ପତ୍ରର ମଡାଣ ଦେଇ ଚାଲିଯାଇଥିଲେ । ଏହାକୁ ଅମାନବୀୟ ଦର୍ଶାଇ ପ୍ରଫୁଲ୍ଲ ସେହି ଘରର ବାରଣ୍ଡାରେ ଅନସନ ଆରମ୍ଭ କରିଥିବା ବେଳେ ଆଜି ତାହା ୪ର୍ଥ ଦିନରେ ପହଁଚିଛି । ଏନେଇ ସ୍ଥାନୀୟ କେତେକ ଜନପ୍ରତିନିଧିଙ୍କୁ ଲିଖିତ ଭାବେ ଅଭିଯୋଗ ଜଣାଇଥିବା ବେଳେ ଓଡ଼ଗାଁ ଡାକ ବିଭାଗର ଯାନ୍ତ୍ରିକ ତୃଟି କାରଣରୁ ପ୍ରଶାସନିକ କ୍ଷେତ୍ରକୁ ଅଭିଯୋଗ ପତ୍ର ପଠାଇବାରେ ବିଳମ୍ବ ହୋଇଛି । ତେବେ ଖରା ବର୍ଷାରେ ଭିନ୍ନକ୍ଷମ ଭଉଣୀ ଓ ଗୃହ କର୍ତ୍ତା ଭାଇ ବାରଣ୍ଡାରେ ସେଇମିତି ଅନସନରେ ବସିରହିଥିବା ଦେଖାଯାଇଛି । ତେବେ ପ୍ରତ୍ୟେକ ଦିନ ଘଟଣା ସମ୍ପର୍କରେ ଭିନ୍ନ ଭିନ୍ନ ଖବରକାଗଜରେ ଖବର ପ୍ରକାଶ ପାଉଥିଲା ବେଳେ ସ୍ଥାନୀୟ ପ୍ରଶାସନ ଘଟଣା ସମ୍ପର୍କରେ ଅବଗତ ରହିବା ସ୍ବାଭାବିକ । ତେବେ ବର୍ତ୍ତମାନ ସମୟରେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ସାଧାରଣରେ ଏନେଇ ଉଦବେଗ ପ୍ରକାଶ ପାଇଛି । ପ୍ରଶାସନ ନିଜ ତରଫରୁ ତୁରନ୍ତ ପ୍ରାରମ୍ଭିକ କୌଣସି ପଦକ୍ଷେପ ଗ୍ରହଣ କରି ସମସ୍ୟାର ସମାଧାନ କରିବା ନିମନ୍ତେ ପ୍ରୟାସ କରିବାକୁ ସାଧାରଣରେ ଦାବି ହେଉଛି ।
Sign in
Sign in
Recover your password.
A password will be e-mailed to you.